ଘାଟିରେ ବୁଲୁଛି କଲରାପତରିଆ ବାଘ

ସାନଖେମୁଣ୍ଡି ୦୩।୦୯:  ଗଞ୍ଜାମ ଚିକିଟି କେରାଣ୍ଡିମାଳ ପର୍ବତ ଟାମଣା ଘାଟି ନିକଟରେ ଦେଖିବାକୁ ମିଳିଛି କଲରାପତରିଆ ବାଘ । ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ବାଘଟି ଜଙ୍ଗଲ ଭିତରେ ଠିଆ ହୋଇଥିବା ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯଦିଓ ବାଘଟି ସ୍ପଷ୍ଟ ବାରି ହେଉ ନାହିଁ , ତେବେ ଏହାର ଚାଲିବା ଓ ଦୌଡ଼ିବାକୁ ଦେଖି ଏହାକୁ ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି । ସେପଟେ ଭାଇରାଲ୍ ଭିଡ଼ିଓଟିକୁ ଘଟକେଶ୍ବର ପ୍ରୋଜେକ୍ଟ ଦାୟିତ୍ବରେ ଥିବା ଯନ୍ତ୍ରୀ ଅଧିକ ଅନୁଧ୍ୟାନ ପାଇଁ ବ୍ରହ୍ମପୁର ଡିଏଫଙ୍କୁ ପଠାଇଛନ୍ତି। ବ୍ରହ୍ମପୁର ଡିଏଫଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଜଙ୍ଗଲରେ କଲରାପତରିଆ ବାଘ ରହିବା ସ୍ୱାଭାବିକ । ବନ ବିଭାଗ ସ୍ଥିତି ଉପରେ ଅଧିକ ନଜର ରଖିଛି ।

Leave A Reply

Your email address will not be published.