୨୦୦ କୋଟି ଠକେଇ ମାମଲାରେ ନୋରାଙ୍କୁ ପଚରାଉଚୁରା

ମୁମ୍ଵାଇ ୦୩।୦୯: ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରୁ ପରଦା ଉଠିବା ପରଠୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ବର୍ତ୍ତମାନ ନୋରା ଫତେହି ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ନୋରାଙ୍କୁ ପୁଣି ଥରେ ୨୦୦ କୋଟି ଠକେଇ ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଶୁକ୍ରବାର ଦିନ ନୋରାଙ୍କୁ ପ୍ରାୟ ୭ଘଣ୍ଟାରେ ୫୦ ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। କହିବାକୁ ଗଲେ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦ୍ୱାରା ନୋରା ଫତେହିଙ୍କୁ ପ୍ରାୟ ୭ ଘଣ୍ଟା ପଚରାଉଚରା କରାଯାଇଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଠକେଇ ମାମଲାରେ ନୋରାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଯାଇଥିଲା  ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ନୋରା ସକାଳ ୧୧ ଟାରେ ଅଫିସକୁ ଆସିଥିଲେ ଏବଂ ସନ୍ଧ୍ୟା ୬ ଟାରେ ଫେରିଥିଲେ ।ସୁକେଶଙ୍କ ଠାରୁ ମିଳିଥିବା ଉପହାର ବିଷୟରେ ପୋଲିସ ନୋରାଙ୍କୁ ବହୁତ ପ୍ରଶ୍ନ କରିଥିଲା ​। ଅଭିଯୁକ୍ତ ସୁକେଶ ଅଭିନେତ୍ରୀ ନୋରାଙ୍କୁ ମହଙ୍ଗା ଉପହାର ଦେଇଛନ୍ତି। କୁହାଯାଉଛି କି ତାହା ହେଉଛି ଏକ ବିଳାଶପୂର୍ଣ୍ଣ କାର । କେବଳ ଏତିକି ହିଁ ନୁହେଁ ଦରକାର ପଡିଲେ ଆହୁରି ଡକାଯାଇପାରେ। ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ ଆଉ କୌଣସି ବିବୃତ୍ତି ମିଳି ନାହିଁ ।

Leave A Reply

Your email address will not be published.