ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା

ନୂଆଦିଲ୍ଲୀ ୦୩/୦୯: ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି । ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ ତାରିଖରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ। ସେହି ସମୟରେ ବିକ୍ଷୋଭକାରୀମାନେ କଲମ୍ବୋର ରାଷ୍ଟ୍ରପତି ଭବନ ସମେତ ଅନ୍ୟ ସରକାରୀ ବାସଭବନ ଭିତରେ ଧସେଇ ପଶିଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ସାମାନ୍ୟ ଶାନ୍ତ ପଡିବା ପରେ ଏବେ ଗୋଟାବାୟ ଶ୍ରୀଲଙ୍କା ଫେରିଛନ୍ତି। କଡା ସୁରକ୍ଷା ଭିତରେ ସେ ଭଣ୍ଟାରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି। ଗୋଟାବାୟା ରାଜପେକ୍ଷ ଶ୍ରୀଲଙ୍କାର ବିଜେରାମା ମୱାଥା ନିକଟ ଏକ ସରକାରୀ ବଙ୍ଗଳାରେ ରହିବେ। ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.