ହିଳାଙ୍କ ଗର୍ଭାଶୟରୁ ଫୁଟ୍‌ବଲ  ଆକାରଯୁକ୍ତ ସିଷ୍ଟ୍‌

ମୁମ୍ଵାଇ ୦୩।୦୯: ମୁମ୍ବାଇର ଡାକ୍ତରମାନେ ଜଣେ ୪୮  ବର୍ଷୀୟ ମହିଳାଙ୍କ ଗର୍ଭାଶୟରୁ ଫୁଟ୍‌ବଲ  ଆକାରଯୁକ୍ତ ସିଷ୍ଟ୍‌ ବାହାର କରିଛନ୍ତି। ଏହାର  ଓଜନ ପ୍ରାୟ ୨.୫ କିଲୋ । ଗତ ୪ ମାସ  ଧରି ମହିଳାଙ୍କର ବାନ୍ତି ହେଉଥିଲା ଏବଂ  ପେଟ ଭାରି ଲାଗୁଥିଲା । ଡାକ୍ତରମାନେ  ତାଙ୍କର ଅଲ୍‌ଟ୍ରାସୋନୋଗ୍ରାଫି କରିବା ପରେ  ଏକାଧିକ ଗର୍ଭାଶୟ ଫାଇବ୍ରଏଡ୍ସ ସହିତ ୨୫  ଗୁଣନ ୨୫ ସେମି ସିଷ୍ଟିକ୍‌ ମାସ୍‌ ବିଷୟରେ  ଜଣାପଡ଼ିଲା । ବାନ୍ତି ନିୟନ୍ତ୍ରଣ ଲାଗି ମହିଳା ହର୍ବାଲ ଚା’, ହେଙ୍ଗୁ ପାଣି, ବ୍ୟାୟାମ, ଏପରିକି  ପ୍ରୋବାୟୋଟିକ୍ସ ଭଳି ଘରୋଇ ଉପଚାର କରିଥିଲେ। କିନ୍ତୁ କୌଣସି ସୁଫଳ  ମିଳିଲା ନାହିଁ । ଏହି ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଲା। ଶରୀରରେ ସାଜିଲା। ସେ ଏହାକୁ ନେଇ କୁହନ୍ତି ‘ମଲ୍ଟିପଲ୍‌ ଫାଇବ୍ରଏଡ୍ସ ଓ ବିଶାଳ ସିଷ୍ଟ୍‌  ଚିହ୍ନଟ ହେବା ପରେ ମୁଁ ଚକିତ ହୋଇଗଲି । ଗତ ୪ ମାସରୁ ଏମାନେ ମୋ ଶରୀରରେ ବଢିବାରେ ଲାଗୁଥିଲା, କିନ୍ତୁ ମୋର ଏ ବିଷୟରେ କୌଣସି ଧାରଣା  ନଥିଲା। ପେଟ ଯନ୍ତ୍ରଣା ଓ ବାନ୍ତି ଯୋଗୁ ମୋର ଘରୁ ବାହାରିବା ବନ୍ଦ ହୋଇଗଲା।  ଏହା ପରେ ସେ ମୀରା ରୋଡ୍‌ ସ୍ଥିତ ୱକ୍‌ହାର୍ଡଟ  ହସ୍‌ପିଟାଲକୁ ଗଲେ । ସ୍ତ୍ରୀରୋଗ ଡାକ୍ତର ତଥା  ଲାପାରୋସ୍କୋପିକ୍‌ ସର୍ଜନ୍‌ ରାଜଶ୍ରୀ ଭାସେଲଙ୍କ ସାକ୍ଷାତକଲେ। ସେ କହିଥିଲ, ରୋଗୀ ନିଜର ପେଟ ଫୁଲିବା ଓ  ବାନ୍ତି ବିଷୟରେ କହିଲେ । କିନ୍ତୁ ତାଙ୍କର ଓଜନ ଆଦୌ କମିନଥିଲା। ଟେଷ୍ଟ କରିବା ପରେରେ  ବିଶାଳ ସିଷ୍ଟ ଓ ମଲ୍ଟିପଲ୍‌ ଫାଇବ୍ରଏଡ୍ସ  ଚିହ୍ନଟ ହେଲା । ପରେ ତାଙ୍କର  ସର୍ଜରୀ କରାଗଲା। ଏଥିରେ ଉଭୟ  ଫାଲୋପିଆନ୍‌ ଟ୍ୟୁବ୍‌ ଓ ଡିମ୍ବାଶାୟକୁ ବାହାର କରାଯାଏ।  ସର୍ଜରୀର ୩ୟ ଦିନ ମହିଳାଙ୍କୁ ଡିସ୍‌ଚାର୍ଜ କରାଗଲା। ଅଜ୍ଞାନତା ଓ ନିୟମିତ ପରୀକ୍ଷାର ଅବହେଳା  ଯୋଗୁ ଏପରି ହୋଇଛି । ୩୦ ବର୍ଷ ବୟସ  ପରେ ପ୍ରତ୍ୟେକ ମହିଳା ନିୟମିତ  ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍‌ ବୋଲି  ଡାକ୍ତର ଭାସେଲ କହିଛନ୍ତି।

Leave A Reply

Your email address will not be published.