ରାତାରାତି କୋଟିପତି ହେଲେ ଦମ୍ପତ୍ତି

ନୂଆଦିଲ୍ଲୀ ୦୩/୦୯: ରାତାରାତି କୋଟିପତି ହେଲେ ଦମ୍ପତ୍ତି ।  କେମିତି ହେଲେ ସେକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଠାତ୍ ଘର ତଳୁ ମିଳିଲା ସୁନାର କଏନ୍, ତାପୁଣି ୨୬୪ ଟି।  ଯାହାର ମୂଲ୍ୟ ୨କୋଟି ୩୦ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟକର କଥା ହେଉଛି,  ଦମ୍ପତ୍ତି ୧୦ ବର୍ଷ ଧରି ଏହି ଘରେ  ରହି ଆସୁଛନ୍ତି। କିନ୍ତୁ ଏହି ଖଜାନା ବିଷୟରେ ଜାଣି ପାରିନଥିଲେ।   ବ୍ରିଟେନରୁ ଏମିତି ଖବର ଆସିଛି ସାମ୍ନାକୁ। ରିପୋର୍ଟ ଅନୁଯାୟୀ, ଉତ୍ତର ୟର୍କଶାୟରର ଏଲରବି ଗାଁରେ ରହୁଥିବା ଦମ୍ପତ୍ତି  ନିଜ ଘରର ମରାମତି  କରୁଥିଲେ। ଘରର ରୋଷେଇ ଘର ଖୋଳାଖୋଳି ସମୟରେ ପାଇଥିଲେ ଏକ ଡବା। ସେହି ଡବା ଭିତରେ ଥିଲା ୨୬୪ଟି କଏନ୍।  ଦମ୍ପତ୍ତି ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ ସେହି ସ୍ଥାନ ପରିଦର୍ଶନ କରି ଦେଖିବାକୁ। ବିଶେଷଜ୍ଞମାନେ ଆସିବା ପରେ ମୁଦ୍ରାର ପ୍ରକୃତ ମୂଲ୍ୟ ହୃଦୟଙ୍ଗମ କରିଥିଲେ। ଆଉ ଏହା 2କୋଟିରୁ ଅଧିକ ମୂଲ୍ୟ ବୋଲି କହିଥିଲେ। ରିପୋର୍ଟରେ କୁହାଯାଇଛି ଯେ, କେତେକ ସୁନା ମୁଦ୍ରା ୧୬୧୦ ରୁ ୧୭୨୭ ଶତାବ୍ଧୀର ତଥା ୪୦୦ ବର୍ଷରୁ ଅଧିକ ପୁରୁଣା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏତେ ଅଧିକ ମୂଲ୍ୟର ଟଙ୍କା ପାଇଁ  ଦମ୍ପତ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଆଉ ରାତାରାତି ପାଲଟିଥିଲେ କୋଟିପତି।

Leave A Reply

Your email address will not be published.