ପାଟଣା ରେଞ୍ଜରେ ମାତିଛନ୍ତି ୨୨ ଟିକିଆ ହାତୀପଲ, ନୂଆଗାଁରେ ପଶିଲେ, ଭାଙ୍ଗିଲେ ଘର

ପାଟଣା ୦୭/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୨ ଟିକିଆ ହାତୀପଲ ହାତୀପଲ ଏ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ଆଜି ସକାଳୁ ନୂଆଗାଁ ଗ୍ରାମରେ ପଶି ସ୍ପଷ୍ଟ ଦିବାଲୋକରେ ଘର ଭାଙ୍ଗିଦେଇଛନ୍ତି ହାତୀପଲ । ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ନିଜ ନିଜ ଘରଦ୍ୱାର ସହ ଫସଲକୁ ହାତୀପଲଙ୍କ ଦାଉରୁ ରକ୍ଷା କରିବା ପାଇଁ ଲୋକେ ରାତି ଅନିଦ୍ରା ହୋଇ ରହୁଛନ୍ତି । ଏହି ହାତୀପଲ ଏବେ ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏବେ ହାତୀପଲ ପୁରୁଣା ପାଣି ଜଙ୍ଗଲ ରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.