ବଦଳିଲା ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ସଡକର ନାମ, ରାଜପଥ ହେଲା କର୍ତ୍ତବ୍ୟପଥ

ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥର ନାମ ଏବେ କର୍ତ୍ତବ୍ୟପଥ ନାମରେ ହେବ ଜଣା। ବୁଧବାର ଅନୁଷ୍ଠିତ ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ମୋହର ବାଜିଛି। ଖାସ୍ କଥା ଜାନୁଆରୀ 26 ପରେଡର ମୂକସାକ୍ଷୀ ପାଲଟୁଥିବା ରାଜପଥର ନାମ ପୂର୍ବେ କିଙ୍ଗ୍ସଓ୍ଵେ ଥିଲା। ଗଣତନ୍ତ୍ର ଦିବସ ପରେଡରେ ତିନି କିଲୋମିଟର ମାର୍ଗର ଦୂରତା ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରହିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂତନ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏବେ ନେତାଜୀଙ୍କ ପ୍ରତୀମାଠୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ  ଯାଉଥିବା ମାର୍ଗ ଏବଂ ପୂରା ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ମାର୍ଗର ନାମ ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ କଲ୍ୟାଣ ମାର୍ଗ କରାଯାଇଥିଲା।

Leave A Reply

Your email address will not be published.