ବିଗ୍ ବସ୍-୧୬ର ପ୍ରୋମୋ ଆଉଟ୍‌

ମୁମ୍ଵାଇ ୧୨।୦୯: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ବିଗ୍ ବସ୍ -୧୬କୁ ଅପେକ୍ଷା କରିଛନ୍ତି। ଦୀର୍ଘ ଦିନ ଧରି ସଲମାନଙ୍କ ପ୍ରମୋ ବିଷୟରେ ଆଲୋଚନା ହେଉଥିଲା। ଏବେ ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି। ପୁଣି ଥରେ ସଲମାନ ହୋଷ୍ଟ ଭାବରେ ପରଦାକୁ ଫେରୁଛନ୍ତି । ବିଗ୍ ବସ୍-୧୬ର ପ୍ରଥମ ପ୍ରୋମୋରେ ସଲମାନ ଏକ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏଥର ଖେଳରେ ବଡ ପରିବର୍ତ୍ତନ କରାଯାଇଛି । ସେୟାର ହୋଇଥିବା ପ୍ରୋମୋ ଭିଡିଓରେ ବହିର ପୃଷ୍ଠାଗୁଡ଼ିକ ଉଡ଼ିବା ବେଳେ ଏବଂ କିଛି ପୁରାତନ ସାମଗ୍ରୀ ରଖାଯାଇଛି। ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ବିଗ୍ ବସ୍ ଘରେ କିଛି ଅଲଗା ଘଟଣା ଘଟିବାକୁ ଯାଉଛି। ଭିଡିଓ ସେୟାର କରି ବିଗ୍ ବସ୍ -୧୬ ର ଟିମ୍ କ୍ୟାପସନରେ ଲେଖିଛନ୍ତି, ‘ଏହି ୧୫ ବର୍ଷରେ ସମସ୍ତେ ନିଜ ନିଜ ଖେଳ ଖେଳିଥିଲେ, କିନ୍ତୁ ବର୍ତ୍ତମାନ ଏହା ବିଗ୍ ବସ୍ ଖେଳିବ । ଶୀଘ୍ର # BiggBoss16 ଦେଖନ୍ତୁ । ବିଗ୍ ବସ୍ 16 ରେ ଆସୁଥିବା ପ୍ରତିଯୋଗୀମାନଙ୍କ ବିଷୟରେ କହିବାକୁ ଗଲେ ଇନଫ୍ଲୁଏନ୍ସର ଫୈଜଲ ଶେଖ, ଜନ୍ନତ ଜୁବେର, ପୁନମ ପାଣ୍ଡେ, ରାଜୀବ ସେନ, ଚାରୁ ଆସୋପା ଏବଂ ସୁରବି ଜ୍ୟୋତିଙ୍କ ଭଳି ତାରକାଙ୍କୁ ଏହି ଶୋ’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ଏହା ମଧ୍ୟ କୁହାଯାଉଛି ଯେ ଶୋ’ର ପ୍ରିମିୟର ଅକ୍ଟୋବର ୮ କୁ ହେବାକୁ ଯାଉଛି।

Leave A Reply

Your email address will not be published.