ବିଦେଶରେ ଛୁଟି କାଟୁଛନ୍ତି ବିରାଟ କୋହଲି-ଅନୁଷ୍କା ଶର୍ମା, ଟି-ଷ୍ଟଲରୁ ସେୟାର କଲେ ରୋମାଣ୍ଟିକ୍ ଫଟୋ

ନୂଆଦିଲ୍ଲୀ ୧୩/୦୯: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଚର୍ଚ୍ଚିତ କପୁଲଙ୍କ ମଧ୍ୟରେ ଗଣା । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ସବୁ ଭାଇରାଲ ହୋଇଥାଏ । ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଆଉ ଏକ ଫଟୋ । ଏବେ ପୁଣି ଥରେ ଅନୁଷ୍କା ଶର୍ମା ବିରାଟ କୋହଲି ତାଙ୍କର କିଛି ନୂଆ ପ୍ରଶଂସକଙ୍କ ପାଇଁ ଇନଷ୍ଟାରେ ସେୟାର କରିଛନ୍ତି ଫଟୋ । ଫ୍ୟାନ୍ସ ଏହା ଦେଖିବା ପରେ ଖୁବ ପସନ୍ଦ କରୁଛନ୍ତି । ଯଦିଓ ଉଭୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜର ପର୍ସନାଲ ଲାଇଫକୁ ପ୍ଲବିକ୍ କରିବାକୁ ପସନ୍ଦ କରନ୍ତିନି । କିନ୍ତୁ ସର୍ବଦା ଏହି ଦମ୍ପତ୍ତୀ ନିଜ ରୋମାଣ୍ଟିକ ଚିତ୍ରକୁ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଏବେ ପୁଣି ଥରେ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ରୋମାଣ୍ଟିକ ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ଏହି କପଲ ପରସ୍ପର ସହିତ ବ୍ୟକ୍ତିଗତ ସମୟ ବିତାଉଥିବାର ନଜର ଆସିଛନ୍ତି ।

Leave A Reply

Your email address will not be published.