ଜ୍ୟାକଲିନ୍‌-ନୋରାଙ୍କ ପରେ ଯୋଡି ହେଲା ଏହି ଚାରି ଅଭିନେତ୍ରୀଙ୍କ ନାମ

ନୂଆଦିଲ୍ଳୀ ୧୫।୦୯: ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ଥିବାରୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ନିକଟରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ବିଭିନ୍ନ ସମୟରେ ଜ୍ୟାକଲିନଙ୍କୁ ପଚରାଉଚରା କରିଛି। ଆଜି ନୋରାଙ୍କୁ ପୁଣି ପ୍ରଶ୍ନ କରାଯାଇଛି। ଏହା ବ୍ୟତୀତ  ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିଥିବା ଚାରିଜଣ ଅଭିନେତ୍ରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ବୋଲି କୁହାଯାଉଛି। ଏହି ଚାରିଜଣ ଅଭିନେତ୍ରୀଙ୍କ ନାମ ନିକିତା ତାମ୍ବୋଲି, ଚାହତ ଖାନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲ। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ବିଭିନ୍ନ ନାମରେ ନିକିତା ତାମ୍ବୋଲି, ଚାହତ ଖାନ୍ନା, ସୋଫିଆ ସିଂ ଏବଂ ଆରୁଶା ପାଟିଲଙ୍କ ସହ ପରିଚିତ କରିଥିଲେ। ସାକ୍ଷାତପରେ ଅଭିନେତ୍ରୀମାନେ ମହଙ୍ଗା ଉପହାର ଏବଂ ଟଙ୍କା ଗ୍ରହଣ କରିଥିଲେ। ତିହାର ଜେଲରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା। ହେଲେ ଏହି କଥାକୁ ଆରୁଶା ଗ୍ରହଣ କରିଥିଲେ ସେ କହିଥିଲେ ଯେ ତିହାରରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇନଥିଲା। ରିପୋର୍ଟରେ କୁହାଯାଇଛି ଯେ ପିଙ୍କି ସୁକେଶଙ୍କୁ ସାଉଥର ପ୍ରଡ୍ୟୁସର ବୋଲି କହିଥିଲେ।

Leave A Reply

Your email address will not be published.