ସମବାୟ ସମିତି ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ

କନ୍ଧମାଳର : ଆଜି ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି (AMCS ସୋସାଇଟି ) ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ ଟିକାବାଲି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହେଇ ଯାଇଛି । ଦୀର୍ଘ ୩୦ ବର୍ଷ ହେଲାଣି ଅନୁଷ୍ଠାନ ଏକଦମ ସ୍ଥାଣୁ ଅବସ୍ଥାରେ ଅଛି । ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦ୍ୱାରା AMCS ସୋସାଇଟି ବଞ୍ଚାଓ ଅଭିଯାନ ଆରମ୍ଭ କରାଯାଇଛି । ଆଜିର ବୈଠକରେ ପ୍ରଫୁଲ୍ଲ ଦାସ, ଶାନ୍ତନୁ ପ୍ରଧାନ, କୁନ୍ଦୁରୁ ମଳିକ, ଆକୁଲା ନନ୍ଦ ଦିଗାଲ, ଚନ୍ଦନ କୁମାର ପଣ୍ଡା, ପ୍ରଫୁଲ୍ଲ ଦିଗାଳ , ଅନନ୍ତ କୁମାର ସାହୁ, ବଳଭଦ୍ର ଦିଗାଳ, ଶ୍ରୀକୃଷ୍ଣ ପ୍ରଧାନ, ଯାକେଶ ପ୍ରଧାନ, ଗୋକୁଳ ଚନ୍ଦ୍ର ପ୍ରଧାନ, ପ୍ରଦୀମନ୍ୟୁ ଦିଗାଳ, ଜ୍ୟୋତିରାଜ ଲିମା, ପାଢ଼ୀ ନାୟକ, ସାରଙ୍ଗ ଧର କଂହର ଆଦି ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଆଜିର ଏହି ବୈଠକରେ ଶ୍ରୀ ପ୍ରଫୁଲ୍ଲ ଦାସ ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.