ନୋରାଙ୍କୁ EOWର ପଚରାଉଚୁରା

ମୁମ୍ଵାଇ ୧୬।୦୯: ସୁକେଶ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟତୀତ ଅଭିନେତ୍ରୀ ନୋରା ଫତେହିଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି। ଉଭୟଙ୍କୁ EOW ଦ୍ୱାରା ପଚରାଉଚରା କରାଯାଉଛି । ଏହି ଅଭିନେତ୍ରୀଙ୍କୁ ପ୍ରାୟ ୬ଘଣ୍ଟା ପଚରାଉଚରା କରାଯାଇଥିଲା। କହିବାକୁ ଗଲେ ପଚରାଉଚରା ବେଳେ ଅଭିନେତ୍ରୀ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏବଂ ଷଡଯନ୍ତ୍ରର ଶିକାର ହୋଇଛନ୍ତି ବୋଲି କହିଛନ୍ତି। ଗଣମାଧ୍ୟମ ଅନୁଯାୟୀ ଅଭିନେତ୍ରୀ ନୋରାଙ୍କୁ ପଚରାଉଚରା ବେଳେ EOW କୁ କହିଛନ୍ତି ଯେ ମୁଁ ଷଡଯନ୍ତ୍ରର ଶିକାର ହୋଇଛି। ମୁଁ କୌଣସି ଷଡଯନ୍ତ୍ର କରି ନାହିଁ। ଏହା ବ୍ୟତୀତ ସେ ଅନେକ ପ୍ରଶ୍ନର ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ । ତାଙ୍କୁ ତାମିଲନାଡୁର ଏକ ଚ୍ୟାରିଟି କାର୍ଯ୍ୟକ୍ରମରେ ତାଙ୍କୁ କିଏ ନିମନ୍ତ୍ରଣ କରିଥିଲା? ତାହା ପ୍ରଶ୍ମର ଉତ୍ତରରେ ଅଭିନେତ୍ରୀ ଜଣେ ଅଧିକାରୀ ଜୈଦି ନାମ ନେଇଥିଲେ । ସୁପର କାର୍ ଆର୍ଟିଷ୍ଟଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ଜୈଦି ଏକ୍ସାଇଡ୍ ଏଣ୍ଟରଟେରଟେମ୍ଟ ପ୍ରାଇଭେଟ ଲିମିଟେଡର ପ୍ରମୋଟର ବୋଲି ଦାବି କରିଥିଲେ। ଏହା ବ୍ୟତୀତ, ଯେତେବେଳେ ତାଙ୍କର ଟ୍ରାଭେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଷୟରେ ପଚରାଗଲା। ସେତେବେଳେ ନୋରା ଲୀନା ପାଲ ନାମକ ଜଣେ ମହିଳାଙ୍କ ନାମ ନେଇଥିଲେ ।

Leave A Reply

Your email address will not be published.