ଅପଟୁଡେଟ୍ ନୁହନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ସମୟ ସହ ତାଳ ଦେଇ ପାରିଲେନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍। ଡିଜିଟାଲ ଯୁଗରେ ବି ଅପଟୁଡେଟ୍ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।  ଯେଉଁଥିପାଇଁ ସେ ହୋଇଛନ୍ତି ଅପଦସ୍ତ। ଆମେ ଏମିତି କାହିଁକି କହୁଛୁ ଜାଣିଛନ୍ତି।  ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସମ୍ମୁଖରେ ବସିଥିବା ସମୟରେ ଇୟରଫୋନ୍ ଓ ଟ୍ରାନ୍ସଲେଟର ଟୁଲ୍  ଲଗାଇ ନ ପାରି ଅସହଜ ମନେ କରିଥିଲେ। ଯାହାକୁ ନେଇ ସେ ହୋଇଛନ୍ତି ଟ୍ରୋଲର୍ସଙ୍କ ଶିକାର।  ଉଜବେକିସ୍ତାନ ବୈଠକରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟ ଭ୍ଲାଦିମିର ପୁଟିନଙ୍କୁ ହସାଇ ଦେଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମଧ୍ୟ ଏହାର ଭିଡିଓ ସେୟାର କରିଛି।

Leave A Reply

Your email address will not be published.