ଇତିହାସ ରଚିଲେ ଗୌତମ ଆଦାନୀ

ମୁମ୍ବାଇ ୧୬।୯: ଗୌତମ ଆଦାନୀ ପାଲଟିଛନ୍ତି ବିଶ୍ୱର ଦ୍ୱିତୀୟ ଧନିକ। ଏବେ ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଫୋର୍ବସ୍ ରିୟଲଟାଇମ ବିଲେନିୟର ଇଣ୍ଡେକ୍ସରେ ବର୍ଣ୍ଣାର୍ଡ ଅର୍ଣ୍ଣଲଟଙ୍କୁ ପଛରେ ପକାଇ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନିକର ସ୍ଥାନ ହାସଲ କରିଛନ୍ତି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ ଆଦାନୀ ଏବେବି ତୃତୀୟ ସ୍ଥାନରେ ଅଛନ୍ତି। ଫୋର୍ବସ୍ ରିୟଲଟାଇମ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତିରେ ମୋଟ ୫.୫ ବିଲିୟନ ଡଲାରର ବୃଦ୍ଧି ହୋଇ ସାରିଥିଲା। ଏବେ ସେ ୧୫୫.୭ ବିଲିୟନ ଡଲାର ସହ ବିଶ୍ୱର ୨ ନମ୍ବର ବିଲେନିୟର ପାଲଟିଛନ୍ତି। ତାଙ୍କ ଉପରେ ଅର୍ଥାତ ୧ ନମ୍ବର ସ୍ଥାନରେ ଏବେବି ଟେସଲା ସିଇଓ ଏଲନ ମସ୍କ ଅଛନ୍ତି, ଯାହାଙ୍କର ମୋଟ ନେଟୱର୍ଥ ୨୭୩.୫ ବିଲିୟନ ଡଲାର ରହିଛି। ଆଦାନୀଙ୍କ ପରେ ତୃତୀୟ ସ୍ଥାନରେ ୧୫୫.୨ ବିଲିୟନ ଡଲାର ନେଟୱର୍ଥ ସହ ବର୍ଣ୍ଣାର୍ଡ ଅର୍ଣ୍ଣଲଟ ଅଛନ୍ତି।

Leave A Reply

Your email address will not be published.