ସ୍କୁଟିକୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରକ୍, ଜଣେ ମୃତ

ବାଲିଗୁଡା ୧୭/୦୯: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କାର୍ମେଲ ସ୍କୁଲ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ମାଲ୍ ବାହୀ ଟ୍ରକ୍ । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଗୁଞ୍ଜିବାଡ଼ି ଅଞ୍ଚଳର କିଶରାମ ପ୍ରଧାନ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭରର ହେଲପର ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍ ପହଁଚି ମାଲବାହୀ ଟ୍ରକକୁ ଜବତ କରିବାସହ ଶବକୁ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ ।

Leave A Reply

Your email address will not be published.