ମୋଦୀଙ୍କ ପ୍ରଶଂସାରେ ଶତମୁଖ ଆମେରିକା ମିଡିଆ

ୱାଶିଂଟନଡିସି: ଆମେରିକା ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା। ଏସସିଓ ବୈଠକରେ ୟୁକ୍ରେନ୍‌ ୱାର୍‌କୁ ନେଇ ପୁଟିନଙ୍କୁ ମୋଦୀଙ୍କ ଜବାବର ପ୍ରଶଂସା କରିଛି ଆମେରିକା ମିଡିଆ। ଶୁକ୍ରବାର ଉଜବେକିସ୍ତାନର ସମରକନ୍ଦରେ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନର ସମୟ ୟୁକ୍ରେନ୍‌ରେ ଯୁଦ୍ଧ କରିବାର ନୁହେଁ ବୋଲି ପୁଟିନଙ୍କୁ କହିଥିଲେ ମୋଦୀ। ଏହି କଥାକୁ ଭୁରି ଭୁରି ପ୍ରଶଂସା କରିଛି ଆମେରିକା ମିଡିଆ। ମୋଦୀ-ପୁଟିନଙ୍କ ଆଲୋଚନାକୁ ବଡ଼ ଆକାରରେ କଭର କରିଛି ଆମେରିକା ଗଣମାଧ୍ୟମ। ଦି ୱାଶିଂଟନ ପୋଷ୍ଟ ହେଡ୍‌ଲାଇନ୍‌ରେ ଲେଖିଛି “ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷକୁ ଭର୍ତ୍ସନା କଲେ ମୋଦୀ।” ସେହିପରି ‘ଦି ଡେଲି’ ତା ରିପୋର୍ଟରେ ଲଖିଛି- “ ସର୍ବସାଧାରଣରେ ମୋଦୀ ପୁଟିନ୍‌ଙ୍କୁ କଡ଼ା ସମାଲୋଚନା କରି କହିଲେ, ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ ନୁହେଁ। ଏବଂ ମୁଁ ଏ ବିଷୟରେ ଆଣପଙ୍କ ସହ କଥା ହୋଇସାରିଛି।” ଏଭଳି କ୍ୱଚିତ ତିରସ୍କାର ୬୯ ବର୍ଷୀୟ ଋଷୀୟ ଷ୍ଟ୍ରଙ୍ଗମ୍ୟାନ୍‌(ପୁଟିନ)ଙ୍କୁ ସବୁଆଡ଼ୁ ଆସୁଥିବା ଚାପରେ ରହିଥିବା ଦେଖିବାକୁ ମିଳିଥିଲା ବୋଲି ୱାଶିଂଟନ ପୋଷ୍ଟ ଲେଖିଛି।  

Leave A Reply

Your email address will not be published.