ଜ୍ୟାକ୍‌ଲିନ୍‌ଙ୍କୁ ପୁଣି EOWର ସମନ

ନୂଆଦିଲ୍ଲୀ ୧୯।୦୯: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ଧିରେ ଧିରେ ବଢିବାରେ ଲାଗିଛି । ଏନେଇ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅଫେନ୍ସ ୱିଙ୍ଗ (EOW) ରେ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧୯ ତାରିଖ ଦିନ ୧୧ଟା’ରେ ପୁଣି ଥରେ ପଚରାଉଚରା କରିବ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେର ଫେର ମାମଲା ପାଇଁ ପୁଣି ଡକାଇଛନ୍ତି। ଜ୍ୟାକଲିନ ମଧ୍ୟ ଏହି ସଂପର୍କରେ ବୁଧବାର EOW ସମ୍ମୁଖରେ ହାଜର ହୋଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପିଙ୍କି ଇରାନୀ ଜ୍ୟାକଲିନଙ୍କ ସହ ଅଛନ୍ତି। ଇରାନ ହିଁ ଜ୍ୟାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ପରିଚିତ କରିଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ତାଙ୍କୁ ସୋମବାର ତଦନ୍ତରେ ଯୋଗଦେବାକୁ କୁହାଯାଇଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀକୁ ଦର୍ଶାଇ ସେ ଅଧିକ ତାରିଖ ପାଇଁ ଅନୁରୋଧ କରିଥିଲେ। ଏହି ମାସ ଆରମ୍ଭରେ, ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ନୋରା ଫତେହିଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପକ୍ଷରୁ ମଧ୍ୟ ୬ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଏହା ସହ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ପୂର୍ବରୁ ମଧ୍ୟ ନୋରାଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା। ଅଗଷ୍ଟ ୧୭ରେ ଦାଖଲ ହୋଇଥିବା ଇଡି ଏହାର ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚନ୍ଦ୍ରଶେଖରଙ୍କ ସହ ଜଡିତ ବହୁ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଛି। ନୋରା ଫତେହି ଏବଂ

Leave A Reply

Your email address will not be published.