କଂଗ୍ରେସର ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଦୌଡ଼

ନୂଆଦିଲ୍ଲୀ ୨୧/୦୯: ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସର ବହୁ ପ୍ରତିକ୍ଷିତ ସଭାପତି ନିର୍ବାଚନ। ଅକ୍ଟୋବର ୧୭ ରେ ଦଳର ସଭାପତି ନିର୍ବାଚନ। ଆଗାମୀ ୨୪ ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ । ହେଲେ ଏଯାଏଁ ପିକ୍ଚର କ୍ଲିଅର ହୋଇନି । କିଏ ପ୍ରାର୍ଥୀ ହେବ, ତାହା ଉପରୁ ହଟିନି ପର୍ଦା । ୮ଟି ରାଜ୍ୟର କଂଗ୍ରେସ ଶାଖା ଏ ନେଇ ସର୍ବସମ୍ମତି କ୍ରମେ ରାହୁଲଙ୍କ ନାଁ ଉପରେ ମୋହର ମାରିସାରିଛି । ଏ ପ୍ରସ୍ତାବ ମଧ୍ୟ ହାଇକମାଣ୍ଡଙ୍କ ପାଖକୁ ଯାଇଛି । ଏପଟେ ଅଧ୍ୟକ୍ଷ ପଦ ରେସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଗ ଗେହଲଟ ଓ ବରିଷ୍ଠ ନେତା ଶଶି ଥରୁରଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଶଶୀ ଥରୁର ଯଦି ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରନ୍ତି, ତାଙ୍କୁ ମୁକାବିଲା ଲାଗି ରାଜସ୍ତାନ ମୁଖ୍ଯମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ରାହୁଲ ଗାନ୍ଧୀ ନିର୍ବାଚନ ନ ଲଢିଲେ, ଅଶୋକ ଗେହଲ୍ଟ ନିର୍ବାଚନ ଲଢିବେ। ଏ ସୂଚନା ମଧ୍ୟ ମିଳିସାରିଛି । ଗାନ୍ଧୀ ପରିବାରର ସବୁଠୁ ଅନୁଗତ ଅଶୋକ ଗେହଲ୍ଟ ହିଁ first choice। ଗେହଲ୍ଟସଭାପତି ପଦ ଲାଗି ନିର୍ବାଚନ ଲଢିଲେ, ଖେଳ କିଛି ଭିନ୍ନ ହେବ। ଅଶୋକ ଗେହଲ୍ଟ ବନାମ ଶଶୀ ଥରୁର ଲଢେଇ ଜମିବ। କିନ୍ତୁ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ହେଉଥିବାରୁ, ନିର୍ବାଚନ ମୈଦାନକୁ ଆଉ କିଏ ଲମ୍ପ ମାରିବେ, ତାହା ସ୍ପଷ୍ଟ ହେବ।

057 code kasam
Leave A Reply

Your email address will not be published.