ଅଷ୍ଟ୍ରେଲିଆ ପଶ୍ଚିମ ଉପକୂଳ ସମୁଦ୍ରରେ ଫଶିଛନ୍ତି ପଞ୍ଝାପଞ୍ଝା ହ୍ୱେଲ

ତସ୍ମାନିଆ ୨୨।୯:  ଅଷ୍ଟ୍ରେଲିଆ ତସ୍ମାନିଆରେ ପଶ୍ଚିମ ଉପକୂଳରେ ପ୍ରାୟ ୨୩୦ଟି ପାଇଲଟ ହ୍ୱେଲ ମାଛ ଫଶି ରହିଥିବା ଦେଖା ଯାଇଛି। ମନେ କରାଯାଉଛି ଏଥିରୁ ଅଧେ ହ୍ୱେଲଙ୍କ ମୃତ୍ୟୁ ହୋଇଛି। ତେବେ ଏକକାଳୀନ ଏତେ ସଂଖ୍ୟକ ପାଇଲଟ ହ୍ୱେଲ କିପରି କୂଳକୁ ଆସିଲେ ତାହା ଏବେବି ରହସ୍ୟ ହୋଇ ରହିଛି।  ଏଣୁ ଜୀବିତ ହ୍ୱେଲମାନଙ୍କୁ କଳେବଳେ କୌଶଳେ ସମୁଦ୍ରରେ ଛାଡିବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ତସ୍ମାନିଆ ବିଚ୍‌ରୁ ୧୪ଟି ସ୍ପର୍ମହ୍ୱେଲ ମୃତ ମିଳିଥିଲେ। ଏଥିରେ ଉପକୂଳରେ ଲାଗିଥିବା ପାଇଲଟ ହ୍ୱେଲଙ୍କ ମଧ୍ୟରୁ ହୁଏତ ଏବେ ଅଧା ଜୀବିତ ଥାଇପାରନ୍ତି ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଜୈବ ସଂସାଧନ ଓ ପରିବେଶ ବିଭାଗ  ପାଖାପାଖି ୨୩୦ ହ୍ୱେଲ ମାଛଙ୍କ ଏକ ସମୂହ ମେକ୍ୟୁରୀ ହାର୍ବରରେ ଫଶି ରହିଥିବା ଓ ଯେଉଁମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମୃତ ବୋଲି କହିଛନ୍ତି ।  ଏଣୁ ସମୁଦ୍ର ଜୀବ ସଂରକ୍ଷଣ ବିଶେଷଜ୍ଞ ଓ ହ୍ୱେଲ ଉଦ୍ଧାରକାରୀ ଦଳ ଜରୁରୀ ଉଦ୍ଧାର ସାମଗ୍ରୀ ସହିତ ଘଟଣାସ୍ଥଳରକୁ ପହଞ୍ଚିଛନ୍ତି।

Leave A Reply

Your email address will not be published.