ଡେନମାର୍କ-ଜର୍ମାନୀକୁ ଯୋଡିବ ସବୁଠୁ ଲମ୍ବା ପାଣିତଳ ସୁଡଙ୍ଗ

ନୂଆଦିଲ୍ଲୀ ୨୨।୦୯: ସମୁଦ୍ରର ୪୦ ମିଟର ଗଭୀରରେ ନିର୍ମିତ ହେଉଛି ସୁଡ଼ଙ୍ଗ । ୨୦୨୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଦୁଇ ଦେଶ ଡେନ୍‌ମାର୍କ ଓ ଜର୍ମାନୀ ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ସୁଡ଼ଙ୍ଗର ନାଁ ‘ଫେହମାର୍ନବେଲ୍ଟ ଟନେଲ୍‌’ । ଡେନ୍‌ମାର୍କ ଦ୍ୱୀପ ଲୋଲାଣ୍ଡ ସହିତ ଜର୍ମାନ ଦ୍ୱୀପ ଫେହମାର୍ନକୁ ଏହି ସୁଡ଼ଙ୍ଗ ଯୋଡ଼ିବ । ଏହି ସୁଡ଼ଙ୍ଗ ଜରିଆରେ ଯାତ୍ରୀ ବାଲ୍ଟିକ୍‌ ସମୁଦ୍ରରେ ୧୮ କିମି ଚଉଡ଼ା ଫେହମାର୍ନ ବେଲ୍ଟକୁ ଅତିକ୍ରମ କରିବେ । ଏହା ହେବ ବିଶ୍ୱର ଅନ୍ୟତମ ଦୀର୍ଘ ରେଳ ଓ ସଡ଼କ ପଥ ସୁଡ଼ଙ୍ଗ । ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ଅବଧିର ଯୋଜନା ପରେ ୨୦୨୦ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହାର କିଛି ମାସ ମଧ୍ୟରେ ଡେନ୍‌ମାର୍କ ପାଶ୍ୱର୍ରେ ଏକ ଅସ୍ଥାୟୀ ବନ୍ଦର କାମ ଶେଷ ହୋଇଛି । ଏହା ଏକ କାରଖାନାର ସଂଚାଳନା ଦାୟିତ୍ୱ ଗ୍ରହଣ କରିବ, ଯାହା ସୁଡ଼ଙ୍ଗ ନିମନ୍ତେ ଖୁବ୍‌ଶୀଘ୍ର ୮୯ ବିଶାଳ କଂକ୍ରିଟ୍‌ ବିଭାଗ ନିର୍ମାଣ କରିବ । ୧୮ କିମି ଲମ୍ବା ଏହି ସୁଡ଼ଙ୍ଗ ୟୁରୋପର ଅନ୍ୟତମ ସର୍ବବୃହତ ଇନ୍‌ଫ୍ରା ପ୍ରୋଜେକ୍ଟ । ଏହାର ନିର୍ମାଣରେ ୭.୧ ବିଲିଅନ୍‌ ଡଲାର ଖର୍ଚ୍ଚ ହେବ । ଇଂଲଣ୍ଡ ଓ ଫ୍ରାନ୍ସକୁ ଯୋଡ଼ିବା ପାଇଁ ୧୯୯୩ ମସିହାରେ ଶେଷ ହୋଇଥିଲା ୫୦ କିମି ଲମ୍ବା ଚ୍ୟାନେଲ୍‌ ସୁଡ଼ଙ୍ଗ । ଯଦିଓ ଏହା ଫେହମାର୍ନବେଲ୍ଟ ସୁଡ଼ଙ୍ଗ ଅପେକ୍ଷା ଲମ୍ବା, କିନ୍ତୁ ସୁଡ଼ଙ୍ଗ ଲାଗି ଆବଶ୍ୟକ ପୂର୍ବ-ନିର୍ମିତ ପାଣିତଳ ନିର୍ମାଣ ବିଭାଗ ପରିବର୍ତ୍ତେ ତାହା ବୋରିଂ ମେସିନ୍‌ ବ୍ୟବହାର କରିଥିଲା । ଫେହମାର୍ନ ସୁଡ଼ଙ୍ଗରେ ଟ୍ରେନ୍‌ରେ ଅତିକ୍ରମ କରିବାରେ ମାତ୍ର ୭ ମିନିଟ୍‌ ସମୟ ଲାଗିବ । କାର୍‌ରେ ଗଲେ, ୧୦ ମିନିଟ୍‌ ଲାଗିବ ।

Leave A Reply

Your email address will not be published.