ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍, ଭୁବନେଶ୍ବରରେ ତିଆରି ହେଉଛି କମାଣ୍ଡ କଣ୍ଟ୍ରୋଲ୍ ରୁମ୍

ଭୁବନେଶ୍ୱର ୨୨।୦୯: ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍ । ଗାଡ଼ିର ବେଗ କେତେ ରହିଛି ? ଗାଡ଼ି କେଉଁ ସ୍ଥାନରେ ଛିଡ଼ା ହୋଇଛି ? ଗାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଲା କି ନାହିଁ ? ପରମିଟ୍ ଅନୁସାରେ ଗାଡ଼ି ଠିକ୍ ରୁଟ୍ ରେ ଚାଲୁଛି କି ନାହିଁ ? ଏସବୁ ଠାବ କରିବା ପାଇଁ ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍ ।ଖବର ଅନୁଯାୟୀ, ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଏହିସବୁ ଡିଭାଇସ୍ ଲଗାଯିବ। ଯଦି ଯାତ୍ରୀଙ୍କ ମଧ୍ୟରୁ କେହି ଖରାପ ବ୍ୟବହାର କରୁଛନ୍ତି ତା ହେଲେ ଏହି ଡିଭାଇସ୍ ଦ୍ବାରା ମଧ୍ୟ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇପାରିବ। କେନ୍ଦ୍ର ସରକାର ପକ୍ଷରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଭୁବନେଶ୍ବରରେ ତିଆରି ହେଉଛି କମାଣ୍ଡ କଣ୍ଟ୍ରୋଲ୍ ରୁମ୍। ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ୧୪ କୋଟି ଟଙ୍କା ସହାୟତା ଦେଇଛନ୍ତି। ଗାଡ଼ିରେ ବ୍ୟବହାର ହେଉଥିବା ପ୍ରଥମ ଡିଭାଇସ୍ ଟି ହେଉଛି ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ -VLDT. ଦ୍ବିତୀୟଟି ହେଉଛି ପ୍ୟାନିକ୍ ବଟନ୍।

Leave A Reply

Your email address will not be published.