ମିଶନ୍‌ ଟି-୨୦ ବିଶ୍ୱକପ୍‌, ୨୮ରୁ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍

ଥିରୁଅନନ୍ତପୁରମ ୨୭।୦୯ : ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଶେଷ ହୋଇଛି । ଭାରତ ୨-୧ରେ ସିରିଜ ଜିତି ମନୋବଳ ଦୃଢ କରିଛି । ଆସନ୍ତା ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଆଉ ୩ଟି ଟି-ଟ୍ୱେଣ୍ଟି ଓ ସମାନ ସଂଖ୍ୟକ ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଭାରତରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ୨୮ ତାରିଖରୁ ଉଭୟ ଦଳ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ଏହି ସିରିଜ ପୂର୍ବରୁ ଆହତ ଓ ଅସୁସ୍ଥତା ଜନିତ ସମସ୍ୟା ଭାରତୀୟ ଦଳକୁ ଚିନ୍ତାରେ ପକାଇଛି । ଦୀପକ ହୁଡ଼ା ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ କରୋନା ସଂକ୍ରମିତ ହୋଇଥିବା ପେସ୍‌ ବୋଲର ମହମ୍ମଦ ସାମି ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାନ୍ତି । ପୂର୍ବରୁ ଷ୍ଟାଣ୍ଡବାଇ ଭାବେ ରହିଥିବା ବ୍ୟାଟର ଶ୍ରେୟାସ ଆୟରଙ୍କୁ ଚୂଡ଼ାନ୍ତ ଦଳକୁ ଡାକରା ମିଳିଛି । ପୂର୍ବରୁ ଦଳରେ ରହିଥିବା ଦୀପକ ହୁଡ଼ା ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅବସରରେ ଆହତ ହୋଇ ବାଦ ପଡ଼ିଛନ୍ତି । ତାଙ୍କ ଅଣ୍ଟାରେ ଅଘାତ ଲାଗିଛି । ଫଳରେ ତାଙ୍କ ସ୍ଥାନରେ ଆୟରଙ୍କୁ ଦଳରେ ସାମିଲ କରାଯାଇଛି । ଗତ ଏସିଆ କପ୍‌ରେ ମଧ୍ୟ ଆୟର ଷ୍ଟାଣ୍ଡ ବାଇ ଭାବେ ଦଳରେ ରହିଥିଲେ । ବିଶ୍ୱକପ୍‌ ଦଳରେ ମଧ୍ୟ ସେ ମୁଖ୍ୟ ଦଳରେ ନାହାନ୍ତି ।

Leave A Reply

Your email address will not be published.