SCBରେ ଶିଶୁ ନିଖୋଜକୁ ଘଟଣା, ଶିଶୁ କନ୍ୟା ଗାଏବ ପରେ ମିଳିଲା ପତ୍ତା

କଟକ ୨୭।୦୯ : ଏସସିବିରୁ ନିଖୋଜ ଶିଶୁ କନ୍ୟାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁ କନ୍ୟା ଗତକାଲି ଅପରାହ୍ନରେ ହଠାତ ଗାଏବ ହୋଇ ଯାଇଥିଲ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଶିଶୁ କନ୍ୟାକୁ ନେଇ ଯାଇଥିବା ପରିବାର ଶିଶୁ କନ୍ୟାଟିକୁ ଆଣି ହସ୍ତାନ୍ତର କରିଛନ୍ତି । ତେବେ ସଂପୃକ୍ତ ପରିବାର ଓ ଏସସିବି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ,  ନିଜର ନବଜାତକ ପୁଅ ବଦଳରେ ବାଉଳାରେ ଝିଅଟିକୁ ନେଇ ଯାଇଥିଲେ । କିନ୍ତୁ ଏକଥା ମଧ୍ୟ କୁହାଯାଉଛି ଯେ, ଏସସିବି ପ୍ରସୂତି ବିଭାଗ କର୍ତ୍ତୃପକ୍ଷ ଝିଅଟିକୁ ସଂପୃକ୍ତ ପରିବାରକୁ ହସ୍ତାନ୍ତର କରିଥିଲେ ଏବଂ ପରିବାରକୁ ଏକଥା ମଧ୍ଯ କହିଥିଲେ କି ପିଲାଟିର ହଗିସ୍ ଏବେ ଖୋଲିବ ନାହିଁ। ତେଣୁ ଘରେ ପହଞ୍ଚି ପରିବାର ଲୋକେ ହଗିସ ଖୋଲିବା ପରେ କନ୍ୟା ସନ୍ତାନ ଜାଣି ତାକୁ ଆଣି ଏସସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସଂପୃକ୍ତ ପରିବାରର ନବଜାତକ ଶିଶୁ ପୁତ୍ରକୁ ଏସ.ସି.ବି କର୍ତ୍ତୃପକ୍ଷ ତାଙ୍କୁ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି। ଶିଶୁ ପୁତ୍ରଟି ନିଖୋଜ ଥିବା କଥା ମଧ୍ଯ ପରିବାର ଲୋକେ କହିଛନ୍ତି । ତେଣୁ ପୂରା ଘଟଣାରେ ପ୍ରସୂତି ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ଦେଖିବାକୁ ମିଳିଛି । ଘଟଣାରେ ୩ ଜଣଙ୍କୁ ଘଟକ ରଖି ତଦନ୍ତ କରୁଛି ପୋଲିସ । ସେପଟେ ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ମେଡିକାଲର କୌଣସି କର୍ମଚାରୀଙ୍କ ସଂପୃକ୍ତି ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.