PFI ସଂଗଠନ ବିରୋଧରେ ବଡ ଆକ୍ସନ, ୮ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ୨୭/୦୯: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌ । ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି । ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି । ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ମୋଟ ୧୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥିରେ ଆସାମରୁ ୭ଜଣ ସଦସ୍ୟ ଏବଂ କର୍ଣ୍ଣାଟକର ୬ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ସିଆର୍‌ପିସି ଧାରା ୧୦୭ ଓ ୧୫୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ନିକଟରେ NIA କେରଳରୁ PFI ସଦସ୍ୟ ଶାଫିକ୍ ପେଠ୍‌ଙ୍କୁ ଗିରଫ କରିଥିଲା।​

Leave A Reply

Your email address will not be published.