ବିବାହିତ ମହିଳା ବା ଯୁବତୀଙ୍କୁ ବଳପୂର୍ବକ ଗର୍ଭବତୀ କରାଇବାକୁ କୁହାଯିବ ଦୁଷ୍କର୍ମ

ନୂଆଦିଲ୍ଲୀ ୨୯/ ୦୯: MTP ଆକ୍ଟ ଅନୁସାରେ ଭାରତରେ ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ରହିଛି। କାହାରି ଅନୁମତି ନ ନେଇ ସେମାନେ ଗର୍ଭଧାରଣ କରାଇପାରିବେ। କାରାଣ ଏହା ସେମାନଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ। ଏହା ସହ ‘କୌଣସି ବିବାହିତ ମହିଳା କିମ୍ବା ଯୁବତୀଙ୍କୁ ବଳପୂର୍ବକ ଗର୍ଭବତୀ କରାଇଲେ ତାହା ଦୁଷ୍କର୍ମ ବୋଲି ଧରାଯାଇପାରେ’। ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଗୁରୁବାର ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମେଡିକାଲ ଟର୍ମିନେସନ୍‌ ଅଫ୍‌ ପ୍ରେଗନେନ୍ସି ଆକ୍ଟ ଅନୁଯାୟୀ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲା ଉପରେ କୋର୍ଟ କହିଛନ୍ତି, ‘ବିବାହିତ ମହିଳା ଓ ଅବିବାହିତ ଯୁବତୀମାନେ ବିନା ସମହତିରେ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଗର୍ଭପାତ କରିପାରିବେ’। ବିବାହିତ ହୁଅନ୍ତି କିମ୍ବା ଅବିବାହିତ ଯୁବତୀ ସମସ୍ତଙ୍କୁ ସୁରକ୍ଷିତ ଗର୍ଭପାତର ଅଧିକାର ଅଛି । ଜଷ୍ଟିସ୍ ଏସ୍. ବୋପନ୍ନା ଏବଂ ଜଷ୍ଟିସ୍ ଜେପି ପାରଦିୱାଲାଙ୍କ ସଦସ୍ୟତାର ବେଞ୍ଚ୍ ଏମଟିପି ଆକ୍ଟ କଥା ଉଠାଇ କହିଥିଲେ ଯେ, କୌଣସି ଅବିବାହିତ ୨୪ ସପ୍ତାହ ଅବଦ୍ଧି ଭିତରେ ବିନା କାହାରି ଅନୁମତିରେ ଗର୍ଭପାତ କରାଇପାରିବେ। ନିୟମ ମୁତାବକ ଛାଡ଼ପତ୍ର ପାଇଥିବା ମହିଳା, ବିଧାବା ମହିଳା ୨୦ସପ୍ତାହ ପରେ ଗର୍ଭପାତ କରାଇପାରିବେ ନାହିଁ। ଅନ୍ୟ ମହିଳା ୨୪ ସପ୍ତାହ ପର୍ଯ୍ୟନ୍ଚ ଗର୍ଭପାତ କରିବାର ଅନୁମତି ରହିଛି। ଗର୍ଭବତୀ ହେଉକି ଗର୍ଭଧାରଣ। ଏହା ମହିଳାଙ୍କ ଶରୀର ସମସ୍ୟା ତେଣୁ ଏହି ଅଧିକାରକୁ ଛଡ଼ାଇ ନେବା ଅର୍ଥ ମହିଳାଙ୍କ ଗାରିମାଙ୍କୁ କୁଠାରଘାତ କରିବା ସଦୃଶ।

Leave A Reply

Your email address will not be published.