ଭୂମିକମ୍ପରେ ଥରିଲା ମିଆଁମାର

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମିଆଁମାର ସମେତ ଭାରତର ଉତ୍ତରପୂର୍ବ ରାଜ୍ୟ। ଶୁକ୍ରବାର ଭୋର ୩ .୫୨ ସମୟରେ ମ୍ୟାନ୍‌ମାରରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି। ଏହାର ଝଟ୍‌କା ଭାରତର ଉତ୍ତରପୂର୍ବ ରାଜ୍ୟ ଆସାମ, ମଣିପୁର ଏବଂ ମେଘାଳୟକୁ ବି ଲାଗିଥିଲା। ମିଆଁମାର ବର୍ମାର ୧୬୨ କିମି ଦୂରରେ ୧୪୦ କିମି ଗଭୀରରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଗତକାଲି ମଧ୍ୟ ଭାରତର କିଛି ସ୍ଥାନରେ ୪.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଣ୍ଡାମାନ ଓ ନିକୋବାର ଦ୍ୱୀପର ଦିଗ୍ଲୀପୁର ଠାରୁ ୧୫୦ କିମି ଉତ୍ତର ଆଡ଼କୁ ଏହି ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave A Reply

Your email address will not be published.