ଶୁକ୍ରବାର ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର ୩୦/୦୯: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ଅର୍ଥ, ସାଧାରଣ ପ୍ରଶାସନ, ଆଇନ, ଜଳ ସମ୍ପଦ ସମେତ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ଅଛି । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ କିଛି ବଡ଼ ଘୋଷଣା ହୋଇପାରେ । ପ୍ରାୟ ୮ରୁ ୧୦ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ପାଇପାରେ ।

Leave A Reply

Your email address will not be published.