ରାଜନୀତି ଦୁନିଆରେ ଏଣ୍ଟ୍ରି କରିବେ କଙ୍ଗନା 

ନୂଆଦିଲ୍ଲୀ ୦୧।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସୁଥିବା ରିପୋର୍ଟରେ କଙ୍ଗନା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଦାବି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଏହି ଖବର ଗୁଜବ ଏବେ ଚର୍ଚ୍ଚାକୁ ଆସିଛି ।  ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ତେବେ ଅଭିନେତ୍ରୀ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ଭର୍ସା ବଙ୍ଗଳା ଠାରେ ଏକନାଥ ସିନ୍ଦେଙ୍କୁ ଭେଟିପାରନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ମହାରାଷ୍ଟ୍ରରେ ଶକ୍ତି ପରିବର୍ତ୍ତନ ପରେ ସିଏମ୍ ଏକନାଥ ସିନ୍ଦେଙ୍କ ସହ କଙ୍ଗନାଙ୍କର ଏହା ହେଉଛି ପ୍ରଥମ ସାକ୍ଷାତ। କହିବାକୁ ଗଲେ କ୍ଷମତା ପରିବର୍ତ୍ତନ ପୂର୍ବରୁ ଶିବସେନା ଏବଂ କଙ୍ଗନା ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ପରିବର୍ତ୍ତନରେ କଙ୍ଗନା  ବହୁତ ଖୁସି ହୋଇଥିଲେ। କେବଳ ଏତିକି ନୁହେଁ, ସେ ଶିବସେନାଙ୍କୁ ଟାର୍ଗେଟ୍‌ କରି ଏକନାଥଙ୍କୁ ଅଭିନ୍ଦନ ଜଣାଇଥିଲେ।

Leave A Reply

Your email address will not be published.