ନୂଆଦିଲ୍ଲୀ ୦୧।୧୦ : ପୁଣି ଥରେ ରୁଷ୍ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ। ମାତ୍ର ୧୦ଟି ଦେଶ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ। ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ ନିଜ ଦେଶରେ ମିଶାଇବା ବିରୋଧରେ ଆମେରିକା ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଯାହାକୁ ଭାରତ, ଚୀନ ସମେତ ୪ଟି ଦେଶ ରୁଷ ବିରୋଧରେ ଏହି ଭୋଟିଂରୁ ଦୂରେଇ ରହିଛନ୍ତି। ରୁଷ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ନିନ୍ଦା ପ୍ରସ୍ତାବକୁ ଭିଟୋ କରିଥିଲା। ତେଣୁ ନିନ୍ଦା ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ। ଭାରତ, ଚୀନ୍ , ବ୍ରାଜିଲ ଓ ଗ୍ୟାବନ୍ ମତଦାନ ଠାରୁ ଦୂରେଇ ରହିଥିଲେ। ୟୁକ୍ରେନରେ ୪ଟି ଅଞ୍ଚଳକୁ ରୁଷିଆରେ ମିଶାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସାରା ବିଶ୍ବକୁ ଏକ ବଡ଼ ଝଟକା ଦେଇଛନ୍ତି।