କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା

କନ୍ଧମାଳ : ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଛି ଲ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ଏହି ଅବସର ରେ ମୁଖ୍ୟ ଅତିଥି ଜିଲ୍ଲା ପାଳ ପାଟିଲ ସାମ୍ବାଦିକ ମାନେ ନିଷ୍ଠା ଓଆନ୍ତରିକତାର ସହ କାର୍ଯ୍ୟ କରିବା ସହ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ ଲ ଫୋରମ ସଭାପତି ସୁନୀଲ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରତ୍ନା କର ପତି,ବରିଷ୍ଠ ସାମ୍ବାଦିକ ରାଧା ମୋହନ ମହାପାତ୍ର ,ବରିଷ୍ଠ ମୁକ୍ତ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ,କିଟ ବିଶ୍ୱବିଦ୍ୟାଳୟ ର ସ୍କୁଲ ଓ ମାସ ଏଜୁକେସନ ର ଅଧ୍ୟାପକ ରାଜୀବ ପଣ୍ଡା, ବରିଷ୍ଠ ସାମ୍ବାଦିକ ରାଜାରାମ ଶତ ପଥି, ସହକାରୀ ପ୍ରଫେସର ଡ଼ଃ. ଜ୍ୟୋତି ପ୍ରକାଶ ମହାପାତ୍ର, ଅରବିନ୍ଦ ମହାପାତ୍ର ଫୋଟ ସାମ୍ବାଦିକ, ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ କର୍ତବ୍ୟ, ମୂଲ୍ୟ ବୋଧ ଉପରେ ବର୍ଣନା କରିଥିଲେ । ସେହିପରି ସାମ୍ବାଦିକ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ଅତିଥିମାନେ । ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ସୂର୍ଯ୍ୟ ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.