ମା’ଙ୍କ ଆରତୀ ସମୟରେ ପେଣ୍ଡାଲରେ ଲାଗିଗଲା ନିଆଁ । ୩ ମୃତ, ୫୦ ଗୁରୁତର

ଉତ୍ତର ପ୍ରଦେଶ : ଏବେ ଚାଲିଛି ପାର୍ବଣ ଋତୁ । ମା ଙ୍କ ଅଗମନକୁ ସାରା ଦେଶବାସୀ ସ୍ୱାଗତ କରୁଛନ୍ତି । ଚାରିଆଡେ ଚାଲିଛି ମାଙ୍କ ପୂଜା । ଏହି ସମୟରେ ଉତ୍ତର ପ୍ରଦେଶରୁ ୍ରଆସିଛି ଏକ ଦୁଃଖଦ ଖବର । ଏଠାରେ ଏକ ପୂଜା ମଣ୍ଡପରେ ଆରତୀ ଚାଲୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ନିଆଁରେ ପୋଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗପୂଜା ପେଣ୍ଡାଲରେ ୨୦୦ ରୁ ଅଧିକ ଲୋକ ମା ଙ୍କର ଆରତୀ କରୁଥିଲେ । ବାଶ୍ ଏହି ସମୟରେ ପେଣ୍ଡାଲରେ କୌଣସି କାରଣରୁ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ନିଆଁରେ ପୋଡି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ଥିବା ବେଳେ ଜଣେ ମହିଳା ରହିଛନ୍ତି । ବାକି ଗୁରୁତର ହୋଇଥିବା ୫୦ ରୁ ଅଧିକ ଲୋକଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି । ଏନେଇ ଭଦୋହୀ ଜିଲ୍ଲା ଅଧିକାରୀ ଗୌରାଙ୍ଗ ରାଠି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି କି ପୂଜା ପାଳନ ନେଇ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲେ ବି କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟ କାରଣରୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.