ଏମିତି ବି ଆସେ ମୃତ୍ୟୁ, ମଞ୍ଚରେ ବସିଥିବା ବେଳେ ଚାଲିଗଲା କଳାକାରଙ୍କ ଜୀବନ

ଜୟପୁର ୦୩।୧୦ : ଏମିତି ବି ଆସେ ମୃତ୍ୟୁ । ଗୀତ ଗାଇବା ପରେ ମଞ୍ଚ ଉପରେ ବସିଥିବା ବେଳେ ଚାଲିଗଲା କଳାକାରଙ୍କ ଜୀବନ । ଏମିତି ଅଘଟଣ ଘଟିଛି ଜୟପୁରରେ । ମୃତ କଳାକାର ଜଣଙ୍କ ହେଲେ ମୁରଲୀ ମହାପାତ୍ର। ଖବର ଅନୁଯାୟୀ, ଜୟପୁର ଦଶହରା ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଜା ନଗର ସମ୍ମୁଖରେ ସ୍ବର ଘୁଙ୍ଗୁର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବି ଉପସ୍ଥିତ ଥିଲେ।ମଞ୍ଚ ଉପରେ ସାଥୀ କଳାକାରଙ୍କ ସହ ମୁରଲୀ ମହାପାତ୍ର ଅକ୍ଷୟ ମହାନ୍ତିଙ୍କ ୨ଟି ସୁପରହିଟ ଚଳଚ୍ଚିତ୍ରର ଗୀତ ଗାଇଥିଲେ। ଆଉ ଗୀତ ଗାଇବା ପରେ ମଞ୍ଚରେ ଠିଆ ହୋଇଥିଲେ । ହେଲେ ହଠାତ୍ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁରଲୀ ମହାପାତ୍ର ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ ଜୟପୁରରେ ଶୋକାକୁଳ ପରିବେଶ ଦେଖାଦେଇଛି।

Leave A Reply

Your email address will not be published.