ମହାଦେବପାଲିରେ ଧୂମଧାମରେ ଚାଲିଛି ଶାରଦୀୟ ପୂଜା

ବିନିକା ୦୫/୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୀଠରୁ ମଣ୍ଡପ l ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ଚାଲିଛି ଶୋଡଷ ଉପଚାର ପୂଜା l ଦୁର୍ଗାପୂଜା ପାଇଁ ଗାଁଠୁ ସହର ପୂରପଲ୍ଲୀ ଚାରିଆଡ଼େ ଉତ୍ସବ ମୁଖର l ଠିକ ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଳି ଯୁବକ ସଂଘ ଆନୁକୂଲ୍ୟରେ ହେଇଥିବା ଦୁର୍ଗାପୂଜାର ଚଳିତ ବର୍ଷ ୫୦ତମ ଦୁର୍ଗାପୂଜା । ମହାଦେବପାଳି ଦୁର୍ଗା ମଣ୍ଡପ ଠାରେ ମା ଜଗତ ଜନନୀ ମହିଶା ମର୍ଦ୍ଦିନୀ ମା ନବଦୂର୍ଗାଙ୍କ ଚାଲିଛି ନବରାତ୍ର ପୂଜା l ପୂର୍ବ ଦୁଇ ବର୍ଷ ମହାମାରୀ କରୋନା ପାଇଁ ପରଦା ଭିତରେ ମାଙ୍କ ଚାଲିଥିଲା ପୂଜାର୍ଚ୍ଚନା । ଚଳିତ ବର୍ଷ କିନ୍ତୁ ପୂର୍ବ ଭଳି କୌଣସି ପ୍ରକାର କଟକଣା ଲଗୀନଥିବାରୁ ହୋମ ଯଜ୍ଞ ଘଣ୍ଟା ଶଙ୍ଖ ତାଳେ ତାଳେ ମହାଆଡ଼ମ୍ବରରେ ଚାଲିଛି ନବଦୁର୍ଗାଙ୍କ ନବରାତ୍ର ଦୁର୍ଗାପୂଜା । ଅଧର୍ମ ଉପରେ ଧର୍ମ ପାପ ଉପରେ ବିଜୟର ପ୍ରତୀକ ଭାବେ ସାରା ରଜ୍ୟରେ ପାଳିତ ହେଉଛି ମା ଜଗତ ଜନନୀଙ୍କ ନବରାତ୍ର ଦୁର୍ଗାପୂଜା । ଦିନ ସମୟରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ରାବଣ ଦରବାର କାର୍ଯ୍ୟକ୍ରମ ଚାଲିଛି । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବା ସାଙ୍ଗକୁ ରାବଣ ଦରବାର ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି । ଏହି ରାବଣ ଦରବାର କାର୍ଯ୍ୟକ୍ରମରେ ରାଜଅତିଥି ଭାବରେ ଆସୁଥିବା ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ବହୁତ ଆନନ୍ଦ ଉଲ୍ଲାସ ଥିବାର କହିଛନ୍ତି ।

Leave A Reply

Your email address will not be published.