ଜାତୀୟ ରାଜନୀତିରେ କେସିଆର୍‌ଙ୍କ ଦଳର ଏଣ୍ଟ୍ରି

ହାଇଦ୍ରାବାଦ୍‌ ୦୫।୧୦ : ଜାତୀୟ ରାଜନୀତିରେ କେସିଆରଙ୍କ ଏଣ୍ଟ୍ରି । ଫୋକସ୍‌ ୨୦୨୪ ।  ଦଶହରାରେ ନୂଆ ଦଳ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତାଙ୍କ ଦଳ ଟିଆର୍‌ଏସ୍‌ର ନାମ ପରିବର୍ତ୍ତନ କରି ଏବେ ଭାରତ ରାଷ୍ଟ୍ର ସମିତି ରଖାଯାଇଛି । ଖବର ଅନୁଯାୟୀ,  ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ରହିଛି। କିନ୍ତୁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି । ଏହିକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । ତାଙ୍କ ଦଳ ଟିଆରଏସ୍‌କୁ ଜାତୀୟ ଦଳ ବାବେ ଘୋଷଣା କରିଛନ୍ତି । ପାର୍ଟିର ନାଁ ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତିକୁ ପରିବର୍ତ୍ତନ କରାଯାଇଛି । ବୁଧବାର ହାଇଦ୍ରାବାଦ ସ୍ଥିତ ପାର୍ଟି ଅଫିସରେ ବସିଥିବା ଜେନରାଲ ବଡି ମିଟିଂରେ ଏହି ପ୍ରସ୍ତାବ ପାରିତ ହୋଇଛି । ପାର୍ଟି ପକ୍ଷରୁ ହୋଇଥିବା ପ୍ରେସମିଟ୍‌ରେ ସେ କହିଛନ୍ତି ଯେ, ଦଳର  ନାମ ପରିବର୍ତ୍ତନ ନେଇ ଖୁବଶୀଘ୍ର ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଜଣାଯିବ । ଅକ୍ଟୋବର ୯ ତାରିଖ ଦିନ ଦିଲ୍ଲୀରେ ତେଲେଙ୍ଗାନା  ମୁଖ୍ଯମନ୍ତ୍ରୀ କେସିଆରଙ୍କ ସହ ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଯାଇ ଦଳର ନାମ ପରିବର୍ତ୍ତନ କରିବେ। ୨୦୨୪ ନିର୍ବାଚନରେ କେସିଆରଙ୍କ ନୂଆ ଦଳ BRS ଜାତୀୟ ସ୍ତରରେ ନିର୍ବାଚନ ଲଢିବ । ଏଥି ସହିତ ଗୁଜରାଟ,  ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକରେ ନୂଆ ପାର୍ଟି ଜରିଆରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଛନ୍ତି। ଖୁବଶୀଘ୍ର କେସିଆର ନିଜ ସରକାରର  କଲ୍ୟାଣକାରୀ ଯୋଜନା ଏବଂ  ତାଙ୍କ ୮ ବର୍ଷର ଶାସନକାଳର ସଫଳତାକୁ ନେଇ  ବିଭିନ୍ନ ରାଜ୍ୟ ବୁଲିବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.