ଏଲଇଡି ଟିଭି ବିସ୍ଫୋରଣରେ ଜଣେ ମୃତ; ୨ ଗୁରୁତର

ଗାଜିଆବାଦ ୦୫/୧୦: ଏଲଇଡି ଟିଭି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଗୁରୁତର । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ହର୍ଷ ବିହାରରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଓମିନ୍ଦ୍ର (୧୭)। ଏପରି ଘଟଣା ଆଶ୍ଚର୍ଯ୍ୟ କରାଇ ଦେଇଛି କାରଣ ଏବେ ସୁଦ୍ଧା ମୋବାଇଲ୍‌ ଫୋନ୍‌ ଫାଟୁଥିବାର ଖବର ସାମ୍ନାକୁ ଆସୁଥିଲା କିନ୍ତୁ ଏବେ ଏଲଇଡି ଟିଭିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ଖବର ଅନୁସାରେ, ମଙ୍ଗଳବାର ମଧ୍ୟାହ୍ଣ ୨ଟା ବେଳେ ସମସ୍ତ ପରିବାର ସଦସ୍ୟ ଟିଭି ଦେଖୁଥିଲେ। ଏହି ସମୟରେ ଏଲଇଡି ଟିଭିଟି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଓମିନ୍ଦ୍ର (୧୭), ତାଙ୍କ ମାଆ ଓମବତୀ (୫୦) ଏବଂ ଓମିନ୍ଦ୍ରଙ୍କ ସାନଭାଇ କରଣ (୧୬) ଗଭୀର ଆହତ ହୋଇଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଟିବି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଓମିନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ତାଙ୍କ ମାଆ ଏବଂ ସାନ ଭାଇର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି।

Leave A Reply

Your email address will not be published.