ସଫଳ ହେଲା ନାସାର ଡାର୍ଟ ମିଶନ

ନୂଆଦିଲ୍ଲୀ: ନାସାର ଐତିହାସିକ ମିଶନ ଡାର୍ଟ ସଫଳ ହୋଇଛି । ପୃଥିବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥକୁ ବଦଳାଇ ଦିଆଯାଇଛି । ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି। ସାରା ବିଶ୍ୱକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ପୃଥିବୀ ପ୍ରତି ଯେତେବେଳେ ବିପଦ ଦେଖାଦେଇଛି ସେତେବେଳେ ଏହାର ସମଧାନ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ନାସା ପକ୍ଷରୁ କୁହାଯାଇଛି । ପୃଥିବୀ ଆଡକୁ ଆସୁଥିବା ଉଲ୍‌କାପିଣ୍ଡର ଦିଗ ବଦଳାଇବା ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତା’ର ପ୍ରଥମ ପରୀକ୍ଷଣ ଆରମ୍ଭ କରିଥିଲା। ଆଉ ଏହାକୁ ନାସା ପକ୍ଷରୁ ‘ଡାର୍ଟ ମିଶନ’ ନାଁ ଦିଆଯାଇଥିଲା । ଡବଲ୍ ଆଷ୍ଟେରଏଡ୍ ରିଡାଇରେକ୍ସନ ଟେଷ୍ଟର (ଡାର୍ଟ)ର ମହାକାଶଯାନ ୨୬ ସେପ୍ଟେମ୍ବରରେ ଡାଇମୋରଫୋସ୍ ନାମକ ଏକ ଉଲ୍‌କାପିଣ୍ଡକୁ ଧକ୍କା ଦେଇଥିଲା। ଅଭିଯାନର ଫଳାଫଳ ଘୋଷଣା କରିବା ବେଳେ ‘ନାସା’ର ମୁଖ୍ୟ ବିଲ୍‌ ନେଲ୍‌ସନ୍‌ କହିଛନ୍ତି, ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକି ମହତ୍ତ୍ୱପୂର୍ଣ୍ଣ ମାନବତା ପାଇଁ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ୩୩୦ ନିୟୁତ ଡଲାର୍‌ ବ୍ୟୟରେ ଦୀର୍ଘ ୭ ବର୍ଷ ଧରି ନିର୍ମାଣ ହୋଇଥିବା ‘ପ୍ରଫ୍‌-ଅଫ୍‌-କନ୍‌ସେପ୍ଟ୍‌’ ‘ଡାର୍ଟ ମିଶନ୍‌’ର ସଫଳତା ଭବିଷ୍ୟତରେ ପୃଥିବୀକୁ ଗ୍ରହାଣୁ ଧକ୍କାରୁ ରକ୍ଷା କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Leave A Reply

Your email address will not be published.