ବଲିଉଡରେ ଡେବ୍ୟୁ କରିବେ ଶିଖର ଧୱନ

ମୁମ୍ବାଇ: ବଲିଉଡ ଆଉ କ୍ରିକେଟର ସମ୍ପର୍କ ବେଶ୍ ପୁରୁଣା। ଅନେକ କ୍ରିକେଟର୍ ଫିଲ୍ମରେ କାମ କରିସାରିଛନ୍ତି। ଅଜୟ ଜାଡେଜା, ରୋହିତ ଶର୍ମା, ହରଭଜନ ସିଂହ, ଅନୀଲ କୁମ୍ବଲେ ଓ ସଲିଳ ଅଙ୍କୋଲ ଭଳି ନାଁ ଏଥିରେ ସାମିଲ ଅଛି। ଏବେ ଏହି ତାଲିକାରେ ଆଉ ଜଣେ କ୍ରିକେଟର୍‌ଙ୍କ ନାଁ ଯୋଡି ହେବାକୁ ଯାଉଛି। ନିକଟରେ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସରିଜରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ଶିଖର ଧୱନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କ୍ରିକେଟ୍ ପିଚ୍‌ରେ ଛଉକା ଛକା ମାରୁଥିବା ଏହି କ୍ରିକେଟର୍ ଏବେ ଫିଲ୍ମ ଦୁନିଆରେ ମଧ୍ୟ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ଅପ୍‌କମିଂ ଫିଲ୍ମ ‘ଡବଲ ଏକ୍ସେଲ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବେ କ୍ରିକେଟର୍ ଗବର୍ ଓରଫ ଶିଖର ଧୱନ। ଏହି ଫିଲ୍ମରେ ସେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶିଙ୍କ ସହ ନଜର ଆସିବେ। ଫିଲ୍ମର ଏକ ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଧୱନ ହୁମା କୁରେଶିଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏକ ସାକ୍ଷାତକାରରେ ଧୱନ ଏହି ଫିଲ୍ମକୁ ନେଇ କହିଛନ୍ତି ଯେ, ‘ଜଣେ ଖେଳାଳି ନିଜ ଦେଶ ପାଇଁ ଖେଳନ୍ତି। ଜୀବନ ସର୍ବଦା କଷ୍ଟଦାୟକ। ମୋର ସବୁଠୁ ବଡ ମନୋରଞ୍ଜନର ସାଧକ ହେଉଛି ଫିଲ୍ମ ଦେଖିବା। ଯେତେବେଳେ ମୁଁ ଏହି ଫିଲ୍ମର କାହାଣୀ ଶୁଣିଲି ସେତେବେଳେ ଏହା ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହା ସମଗ୍ର ସମାଜ ପାଇଁ ଅଦ୍ଭୁତ ବାର୍ତ୍ତା।’ ସୋନାକ୍ଷୀ ଓ ହୁମାଙ୍କ ଅଭିନୀତ ଫିଲ୍ମ ‘ଡବଲ ଏକ୍ସେଲ’ ଏବେ ଚର୍ଚ୍ଚାରେ ରହିଛି। ପ୍ଲସ୍ ସାଇଜ୍ ତଥା ଦୁଇ ଜଣ ମୋଟା ମହିଳାଙ୍କ କାହାଣୀ ଉପରେ ଏହା ଆଧାରିତ। ସତରାମ ରମାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ କମେଡି ଓ ଡ୍ରାମା ଭରପୁର ରହିଛି। ଫିଲ୍ମରେ ହୁମା ଓ ସୋନାକ୍ଷୀଙ୍କ ବ୍ୟତୀତ ଜହିର ଇକବାଲ, ମହତ ରାଘେବେନ୍ଦ୍ର ଓ ଶିଖର ଧୱନ ମଧ୍ୟ ନଜର ଆସିବେ। ଫିଲ୍ମଟି ଆସନ୍ତା ଅକ୍ଟୋବର ୧୪ ତାରିଖରେ ପରଦାକୁ ଆସିବ।

Leave A Reply

Your email address will not be published.