କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଣାସାଲୁ ଗାଁରେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟ

କନ୍ଧମାଳ :

gpkandhamal

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଣାସାଲୁ ଗାଁରେ ମାଓବାଦୀ ଓ ପୋଲିସ୍ ଡ଼ିଭିଏଫ,ଏସଓଜି ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛି ପୋଲିସ। ଗତକାଲି ଗୁଳି ବିନିମୟ ରେ ପୋଲିସକୁ ମିଳିଛି ଏହି ବଡ ସଫଳତା। କେ.କେ.ବି.ଏନ ଡିଭିଜନର ମାଓ ନେତ୍ରୀ ମମତାଙ୍କ ନେତୃତ୍ୱରେ ପୋଲିସ୍ ଉପରକୁ ଅଚାନକ ଗୁଳି ଚାଳନା କରିଥିଲେ ମାଓବାଦୀ । ଜବାବରେ ପୋଲିସର ପାଲଟା ଗୁଳି ମାଡରେ ମହିଳା ମାଓବାଦୀ ମୃତ ହୋଇଥିବା ସୂଚନା ଦେଇଛନ୍ତି ଆଇଜି ଅପରେସନ ଅମିତାଭ ଠାକୁର। ତେବେ ୨୦ରୁ ଉର୍ଦ୍ଧ ମାଓବାଦୀ ୫ଟି କ୍ୟାମ୍ପରେ ଥିଲେ। ସେମାନଙ୍କ ନିକଟରୁ ଆଇଡ଼ି ଜବତ ସହିତ ବନ୍ଧୁକ ଓ ବହୁତ ମାଓ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ଏସପି ଓ ପୋଲିସ ବରିଷ୍ଠ ଅଧିକାରୀ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.