ଫୁଲବାଣୀ ଆଜିଓ ହାଇସ୍କୁଲରେ ଫୁଟବଲ ଫର ଅଲ କାର୍ଯ୍ୟକ୍ରମ

କନ୍ଧମାଳ: ଆଜି ମାନ୍ୟବର କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଫୁଲବାଣୀ ଆଜିଓ ହାଇସ୍କୁଲରେ ଫୁଟବଲ ଫର ଅଲ କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳର ୫ଟି ସ୍କୁଲ ଅନ୍ତର୍ଗତ ସମସ୍ତ ହାଇସ୍କୁଲକୁ ଫୁଟବଲ ବଣ୍ଟନ କରିଥିଲେ । ଫିପା ସହ କୀଟ ଓ କିସର ଭାରତରେ ଫୁଟବଲ ଖେଳର ଅଗ୍ରଗତି ପାଇଁ କୀଟ ଓ କିସ ଦାଇତ୍ୱ ନେଲାପରେ ଆଜି କନ୍ଧମାଳ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଫୁଟବଲ ଖେଳରେ ଆଗ୍ରହ ବଢାଇବା ସହ କନ୍ଧମାଳରେ ଫୁଟବଲ ଖେଳର ଉନତି କିଭଳି ହୋଇପାରିବ ସେସବୁକୁ ଦୃଷ୍ଟିରେ ରଖି ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ କନ୍ଧମାଳ ଜିଲ୍ଲା ଶିକ୍ଷାଅଧିକାରୀ ଓ କନ୍ଧମାଳର ସମସ୍ତ ପ୍ରଧାନ ଶିକ୍ଷକ, ଆଜିଓ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.