ଫୁଲବାଣୀ ବିଜେଡିର ଗୁରୁତ୍ୱପୂର୍ଣ ବୈଠକ

ଫୁଲବାଣୀ: ଆଜି ଫୁଲବାଣୀ ସର୍କିଟ ହାଉସ ଠାରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଅଧକ୍ଷତାରେ ଆଗାମୀ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରାକୁ କନ୍ଧମାଳରେ କିପରି ବ୍ୟାପକ କରାଯାଇ ପ୍ରତି ପଂଚାୟତର ପ୍ରତି ଗାଁରେ ପଦଯାତ୍ରା ପହଂଚି ପାରିବ ସେନେଇ ଏହି ବୈଠକରେ ମାନ୍ୟବର ସାଂସଦ କନ୍ଧମାଳ ବିଜେଡିର ନେତୃବୃନ୍ଦ ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।ତାଛଡା ଆଗାମୀ ୧୬ ତାରିଖରେ ଫୁଲବାଣୀ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିବାକୁ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ । ଏହି ବୈଠକରେ କନ୍ଧମାଳ ବିଜେଡି ସଭାପତି ସରୋଜ କର୍ଣ୍ଣ, ମହିଳା ସଭାପତି ପୁନମ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠି, ବରିଷ୍ଠ ବିଜେଡି ନେତା ଶିବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.