ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଗୁଜୁରାଟ ଆପ୍ ମୁଖ୍ୟ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଗୁଜୁରାଟ୍ ଆପ୍‌ ମୁଖ୍ୟ ଗୋପାଳ ଇଟାଲିଆ। ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖି ସରିତା ବିହାର ଥାନାକୁ ନେଇଛି। ଏକ ଭିଡିଓରେ ଆପ୍ ନେତା ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଭିଡିଓକୁ ନେଇ ଗୋପାଳଙ୍କୁ ସମନ କରିଥିଲା ଜାତୀୟ ମହିଳା କମିଶନ। ଘଟଣା ସମ୍ପର୍କରେ ସୂଚନା ଦେଇ ଗୋପାଳ ଇଟାଲିଆ କହିଛନ୍ତି “ ଜାତୀୟ ମହିଳା କମିଶନ ମୁଖ୍ୟ ମୋତେ ଜେଲ୍‌ରେ ଭର୍ତ୍ତି କରିଦେବେ ବୋଲି ଧମକ ଦେଉଛନ୍ତି। ମୋଦୀ ସରକାର ପଟେଲ ସମ୍ପ୍ରଦାୟକୁ କେବଳ ଜେଲ୍ ଛଡ଼ା ଆଉ କଣ ଦେଇଛନ୍ତି? ବିଜେପି ପଟିଦାର ସୋସାଇଟିକୁ ଘୃଣା କରେ। ମୁଁ ସର୍ଦ୍ଦାର ପଟେଲ୍‌ଙ୍କର ବଂଶଜ। ତୁମ  କାରାଗାରକୁ ମୋର ଡର ନାହିଁ। ମୋତେ ଜେଲ୍‌ରେ ରଖ। ”

Leave A Reply

Your email address will not be published.