ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC

ନୂଆଦିଲ୍ଲୀ ୧୪।୧୦: ନିର୍ବାଚନ ଆୟୋଗ (ଇସି) ଶୁକ୍ରବାର ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି। ତେବେ ସୂତ୍ରାନୁସାରେ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ଗୁଜରାଟ ଲାଗି ତାରିଖ ଘୋଷଣା ପରେ ହେବ। ଏଥିଲାଗି  ଇସି ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି, ତେବେ ଏହାର କାରଣ ଜଣାଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ବିଧାସନଭା କାର୍ଯ୍ୟକାଳ ୧୮ ଫେବୃଆରୀ ୨୦୨୩ରେ ସମାପ୍ତ ହେବ। ତେବେ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୮ ଜାନୁୟାରୀ ୨୦୨୩ରେ ସରୁଛି। ଏଣୁ ରାଜ୍ୟମାନଙ୍କରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ଲାଗି ନିକଟରେ ଇସି ଦୁଇ ରାଜ୍ୟଙ୍କୁ ଗସ୍ତ କରିଥିଲେ। ଉଭୟ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ୨୦୧୭ ମସିହାରେ ହୋଇଥିଲା। ଗୁଜରାଟ ବିଧାନସଭାର ୧୮୨ ଆସନ ଲାଗି ଓ ହିମାଚଳ ବିଧାନସଭାର ୬୮ଟି ଆସନ ନିମନ୍ତେ ନିର୍ବାଚନ ହେବ।

Leave A Reply

Your email address will not be published.