ଚୋରା କାଠ ଚାଲାଣ ବେଳେ ମାଡିବସିଲା ଜଙ୍ଗଲ ବିଭାଗ

ଆନନ୍ଦପୁର ୧୪/୧୦: ଚୋରା କାଠ ଚାଲାଣ ସମୟରେ ମାଡ଼ି ବସିଲା ଜଙ୍ଗଲ ବିଭାଗ । ଗାଡି ସମେତ କାଠ ଜବତ ସହିତ ଦୁଇ ଜଣ ଗିରଫ । ଆନନ୍ଦପୁର ବନଖଣ୍ଡ ଅଧୀନ ସାଇଁକୁଳ ନିକଟରୁ ଚୋରା କାଠ ଗାଡି ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଚୋରା କାଠ ଗାଡିକୁ ରାମଚନ୍ଦ୍ରପୁର ନିକଟରୁ ପିଛା କରିଥିଲେ ବନ କର୍ମଚାରୀ । ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ସାଇଁକୁଳ ଠାରୁ ବାତୋ ରାସ୍ତାରେ ପଳାଉଥିବା ସମୟରେ ପତିତପାବନ ମହାବିଦ୍ୟାଳୟ ନିକଟରେ ବନ ବିଭାଗ ଗାଡିକୁ କାବୁ କରିଥିଲା । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥବା ବେଳେ ଗାଡିରେ ଥିବା ଅନ୍ୟ ଦୁଇ ଜଣ ଯୁବକକୁ ଗିରଫ କରିଛି ବନବିଭାଗ । ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ଥିବା ବନବିଭାଗ ପ୍ରକାଶ କରୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.