ବାପା ଦିନ ମଜୁରିଆ, ଝିଅ ହେଲେ କଲେକ୍ଟର

ନୂଆଦିଲ୍ଲୀ ୧୭ /୧୦; ପ୍ରତ୍ୟେକ ବର୍ଷ ୟୁପିଏସସି ପରୀକ୍ଷାରୁ ଏମିତି କିଛି କାହାଣୀ ସାମ୍ନାକୁ ଆସିଥାଏ ଯାହା ବେଶ୍‌ ହୃଦୟସ୍ପର୍ଷୀ। ଏହି କାହାଣୀ ବୟାନ୍‌ କରେ ଅନେକ କଷ୍ଟ ସମୟକୁ ମାତ ଦେଇ ସଫଳତା ପାଇଥାନ୍ତି ଶିକ୍ଷାର୍ଥୀ। ସେମିତି ଏକ ପ୍ରରଣାଦାୟୀ କାହାଣୀ ହେଉଛି IAS ଶ୍ରୀଧନ୍ୟା ସୁରେଶଙ୍କର। ସାଙ୍ଗ ମାନଙ୍କଠାରୁ ଟଙ୍କା ଉଧାର ନେଇ ଦିନେ ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଶ୍ରୀଧନ୍ୟା। ବାପା ଦିନ ମଜୁରିଆ ଭାବେ କାମକରନ୍ତି। କଠିନ ପରିଶ୍ରମ କରି କଲେକ୍ଟର ହୋଇଛନ୍ତି ଝିଅ। ଶ୍ରୀଧନ୍ୟାଙ୍କ ପରିବାର ଆର୍ଥିକ ଅନଗ୍ରସର ଶ୍ରେଣୀର। ବାପା ମନରେଗାର ଶ୍ରମିକ ଭାବେ କାମ କରନ୍ତି। ସମୟ ପାଇଲେ  ଧନୁ ତୀର ବିକ୍ରି କରି ରୋଜଗାର କରନ୍ତି। ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କଠିନ ପରିଶ୍ରମ କରିଚାଲିଥିଲେ ଶ୍ରୀଧନ୍ୟା । ୨୦୧୮ରେ ତାର ଫଳ ମିଳିଥିଲା। ଏହି ବର୍ଷ ୟୁପିଏସସି ରେ କୃତକାର୍ଯ୍ୟ ହୋଇଥିଲେ ସେ।  ସର୍ବଭାରତୀୟସ୍ତରରେ ସେ ୪୧୦ ତମ ସ୍ଥାନ ଅଧିକାର କରିଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେ କେରଳର ପ୍ରଥମ ଆଦିବାସୀ ମହିଳା । ତେବେ ଏହି ପରୀକ୍ଷା ଦେବା ଆଗରୁ ସେ ଏସିଏସଟି ବିଭାଗରେ କିରାଣୀ ଭାବେ କାମ କରୁଥିଲେ । ପରେ ୱାଇନାଡରେ ଏକ ଆଦିବାସୀ ହଷ୍ଟେଲରେ ୱାଡେନ ଭାବେ କାମ କରି ୟୁପିଏସସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୬ ଏବଂ ୨୦୧୭ରେ ଏହି ପରୀକ୍ଷା ଦେଇ ସେ ବିଫଳ ହୋଇଥିଲେ । କିନ୍ତୁ, ବିଫଳତାକୁ ପଛରେ ପକାଇ ସେ ଆଗକୁ ବଢିଥିଲେ। କଠିନ ପରିଶ୍ରମରେ ୨୦୧୮ରେ ଏହି ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଯେତେବେଳେ ତୃତୀୟ ପ୍ରୟାସରେ ସେ ସାକ୍ଷାତକାର ପାଇଁ ଚୟନ ହୋଇଥିଲେ ତାଙ୍କ ପାଖରେ ଦିଲ୍ଲୀ ଆସିବା ପାଇଁ ଟଙ୍କା ନଥିଲା । ନିଜ ସାଙ୍ଗ ପାଖରୁ ସେ ଉଧାର କରି ଦିଲ୍ଲୀ ଆସିଥିଲେ।

Leave A Reply

Your email address will not be published.