ପାକିସ୍ତାନରେ ଇମ୍ରାନଙ୍କ ଦବ୍‌ଦବା

ନୂଆଦିଲ୍ଲୀ ୧୭/୧୦; ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହାବାଜ ସରିଫଙ୍କୁ ବଡ ଝଟକା। ଚିନ୍ତା ବଢାଇଛି ପିଟିଆଇ। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)କୁ ଉପ-ନିର୍ବାଚନରେ ବଡ ସଫଳତା।  ୭ ଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ପିଟିଆଇ । ଏଥିସହ ପିଏର ତିନୋଟିରୁ ପ୍ରତିଦ୍ବନ୍ଦିତା କରୁଥିଲା। ପେଶୱାର,ମର୍ଡାନ,ଚାରସଡା,ଫୈସଲାବାଦଏବଂ ନନକାନା ସାହିବ ସହ ପଞ୍ଜାବର ଖାନେୱାଲ୍‌ରେ ବାଜିମାତ୍ କରିଛି ପିଟିଆଇ। ରବିବାର ସକାଳ ୮ ଟାରୁ ଭୋଟ୍ ଗ୍ରହଣ ପ୍ରକିୟା ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟିଂ ପ୍ରକିୟା ସୁରୁଖୁରୁରେ ଚାଲିଥିଲା। ତେବେ କିଛି ସ୍ଥାନରେ ଗଣ୍ଡଗୋଳ ର ମଧ୍ୟ ଖବର ସାମ୍ନା କୁ ଆସିଛି।  ମତଦାନ ପ୍ରକିୟା ସଠିକ୍‌ ହୋଇଥିବା ବେଳେ ପିଟିଆଇ ଏବଂ ଆୱାମୀ ନ୍ୟାସନାଲ ପାର୍ଟି (ANP) କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି। କରାଚିରେ ଏହାର ଆଇନଜୀବୀଙ୍କୁ ଆକ୍ରମଣ କରାଯାଇଥିବା ନେଇ ପିଟିଆଇ ଦାବି କରିଛି। ତେବେ ପାକିସ୍ତାନର ରାଜନୈତିକ ଇତିହାସରେ ଏମିତି ହୋଇଥିବ ସେ ୬ ଟିରେ ବିଜୟୀ ହୋଇଛି ଇମ୍ରାନଙ୍କ ଦଳ। ଦଳର ବିଜୟ ଏହାରନେତାମାନଙ୍କୁ ଦେଶରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛି। ଚଳିତ ବର୍ଷ ଏପ୍ରିଲରେ ଖାନଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆତ୍ମବିଶ୍ୱାସ ଭୋଟ୍ ମାଧ୍ୟମରେ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.