ଅଷ୍ଟ୍ରେଲିଆରେ ପାକିସ୍ତାନ ଟିମ୍‌କୁ ୫-ଷ୍ଟାର, ଭାରତୀୟ ଦଳକୁ ୪-ଷ୍ଟାର ହୋଟେଲ

ନୂଆଦିଲ୍ଳୀ: ଚାଲିଛି ଟି୨୦ ଓ୍ୱାର୍ଲ୍ଡ କପ୍ ୨୦୨୨ । ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆା ଅଷ୍ଟ୍ରେଲିଆରେ ପହଞ୍ଚିଛି । କିନ୍ତୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ କରାଯାଇଛି ଭେଦଭାବ । ବ୍ରିସବେନ୍‌ର ଏକ ୪-ଷ୍ଟାର ହୋଟେଲରେ ରଖାଯାଇଛି । ଯେତେବେଳେ କି ପାକିସ୍ତାନର ଖେଳାଳିଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆର ହୋଷ୍ଟମାନଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ପାକିସ୍ତାନର ଖେଳାଳି ମଧ୍ୟ ଅଷ୍ଟ୍ରେଲିଆ ସହ ସମାନ ହୋଟେଲରେ ରହିଛନ୍ତି । ଭାରତୀୟ ଦଳ ରହୁଥିବା ହୋଟେଲର ନାମ ’ରାଇଡ୍ସ ଫୋରଟିଟ୍ୟୁଡ୍ ଭ୍ୟାଲି’ ରହିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ହେଉଛି ।

Leave A Reply

Your email address will not be published.