ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମରେ ଦୀପିକାଙ୍କ ଏଣ୍ଟ୍ରି ! ଏହି ସୁପରଷ୍ଟାରଙ୍କ ସହ କରିବେ ରୋମାନ୍ସ

ମୁମ୍ଵାଇ ୧୯।୧୦: ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି । ‘ବାହୁବଲୀ’ ଏବଂ ‘ଆରଆରଆର’ ଭଳି ଚଳଚ୍ଚିତ୍ର ବ୍ଲକବଷ୍ଟର ପ୍ରମାଣିତ ହେବା ତାଙ୍କର ଆଉ କୌଣସି ପରିଚୟର ଆବଶ୍ୟକ ନାହିଁ । ଦର୍ଶକମାନେ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏଥି ସହିତ, ବର୍ତ୍ତମାନ ରାଜାମୌଲି ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ କିଛି ନୂଆ କରିବାକୁ ପ୍ରସ୍ତୁତ ହେଉଛନ୍ତି।ରାଜାମୌଲିଙ୍କ ପିତା କେ ବି ବିଜୟନ୍ଦ୍ର ପ୍ରସାଦ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବାସ୍ତବ ଜୀବନର ଘଟଣା ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି । ହେଲେ ଗୁଜବ ହେଉଛି ଏଥିରେ ମହେଶ ବାବୁଙ୍କ ସହ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ କରିବେ। ଏହା ପ୍ରଥମ ଥର ହେବ ଦୀପିକା, ମହେଶ ବାବୁ ଏବଂ ରାଜାମୌଲି ଏକ ପ୍ରୋଜେକ୍ଟ ପାଇଁ ଏକାଠି କାମ କରୁଛନ୍ତି। ହେଲେ ପୂର୍ବରୁ ଶୁଣିବାକୁ ମିଳିଥିଲା ଏଥିରେ ଆଲିଆ ମଧ୍ୟ ସାମିଲ୍‌ ଅଛନ୍ତି । ଏହି ଚଳଚ୍ଚିତ୍ରଟି ସମ୍ଭବତ ” SSMB 29 ‘ନାମରେ ନାମିତ ହୋଇଛି।  ଏହା ଏକ ଦୁଃସାହସିକ ଡ୍ରାମା ଏବଂ ୨୦୨୩ରେ ଆସିବ ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୀପିକାଙ୍କ ବିଷୟରେ କୌଣସି  ଅଫିସିଆସି ସୂଚନା ମିଳି ନାହିଁ । କିନ୍ତୁ ଦର୍ଶକ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ଦୀପିକାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବା ତେବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି । ସେ ବର୍ତ୍ତମାନ ପ୍ରୋଜେକ୍ଟ କେ’ ସହ ଅନ୍ୟ ଏକ ପାନ୍‌ ଇଣ୍ଡିଆ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଦୀପିକାଙ୍କୁ ‘ସର୍କସ’, ‘ପଠାନ’ ଏବଂ ‘ଜୱାନ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିବେ।

Leave A Reply

Your email address will not be published.