ତାମିଲନାଡୁରେ ଦାଦନ ଶ୍ରମିକ ମୃତ, ପ୍ରଶାସନର ସହାୟତାରେ ଫେରିଲା ମୃତଦେହ

ବୌଦ୍ଧ ୧୯।୧୦ : ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ବୌଦ୍ଧ ସହରର ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ ତାମିଲନାଡୁରେ ଦାଦନ ଖଟିବାକୁ ଯାଇ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପ୍ରଶାସନ ସହାୟତାରେ ପୈତୃକ ଗ୍ରାମକୁ ଅରବାଜଙ୍କ ମୃତଦେହ ଫେରିଛି। ଖବର ଅନୁଯାୟୀ, ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ କୋଏମ୍ବାଟୁରକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୫ ତାରିଖ ରାତିରେ ଅନ୍ନୁର ସହରରେ ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ମୃତଦେହ କିପରି ବୌଦ୍ଧକୁ ଅଣାଯିବ ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ଘଟଣାରେ ତତ୍ପରତା ପ୍ରକାଶ କରି ମୃତଦେହ ଆଣିବାକୁ ପ୍ରୟାସ କରିଥିଲା । ଏକ ଆମ୍ବୁଲାନ୍ସ ଯୋଗେ ଅରବାଜଙ୍କ ମୃତଦେହ ନିଜ ଘରେ ପହଞ୍ଚିଛି। ସ୍ଥାନୀୟ କବରସ୍ତାନରେ ତାଙ୍କୁ କବର ଦିଆଯାଇଛି । ୨ ବର୍ଷ ହେଲା ଅରବାଜ କୋଏମ୍ବାଟୁର ଅଞ୍ଚଳର ଅଗଷ୍ଟକାନ ନାମକ ଏକ କମ୍ପାନୀରେ କାମ କରୁଥିଲା ।

Leave A Reply

Your email address will not be published.