ସୁଟକେସ୍‌ରେ ଯୁବତୀଙ୍କ ମୃତଦେହ: ଶରୀରରେ ରହିଛି କ୍ଷତ ଚିହ୍ନ, ଦୁଷ୍କର୍ମ ପରେ ହତ୍ୟା ସହ ଅକଥନୀୟ ନିର୍ଯାତନା

ହରିୟାଣା ୧୯/୧୦: ସନ୍ଦୀଗ୍ଦ ସୁଟକେଶରୁ ମିଳିଲା ଯୁବତୀଙ୍କ ମୃତଦେହ । ହରିୟାଣାର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ । ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକରେ ଗତ ସୋମବାର ନଜର ଆସିଥିଲା ଏମିତି ଅଭାବନୀୟ ଘଟଣା । ଅଜଣା ସୁଟକେସରୁ ଉଦ୍ଧାର ହୋଇଥିଲା ଯୁବତୀଙ୍କ ମୃତଦେହ । ଯାହାପରେ ଘଟଣାକୁ ନେଇ ସ୍ଥାୟୀୟ ଅଞ୍ଚଳରେ ହଇଚଇ ହୋଇଥିଲା । ଏବେ ମାମଲା ସାମ୍ନାକୁ ଆସିବା ପରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଘଟଣା କେତେ ନିର୍ମମ ତାହା ଜଣାପଡ଼ୁଛି । ମୃତ ଯୁବତୀଙ୍କ ଦେହରେ ଟାଟୁ କରି ଦିଆଯାଇଥିଲା ନିର୍ଯାତନା । ମହିଳାଙ୍କୁ ଦୁଷ୍କର୍ମ ଏବଂ ଶରୀରରେ ଜ୍ୱଳନର ଦାଗ ମିଳିଛି । ଏହା ସହ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସିଛି । ପୋଲିସ ମଙ୍ଗଳବାର କହିଛି ଯେ ଯେଉଁ ମହିଳାଙ୍କ ମୃତଦେହ ସୁଟକେସରୁ ମିଳିଥିଲା, ତାଙ୍କର ହତ୍ୟା ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଏହା ସହ ତାଙ୍କର ପୋଷ୍ଟମର୍ଟମ କରୁଥିବା ମେଡିକାଲ୍ ବୋର୍ଡର ଜଣେ ଡାକ୍ତର କହିଛନ୍ତି ଯେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ମହିଳାଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ମିଳିଥିବା କହିଛନ୍ତି ଡାକ୍ତର । ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, ଏହା ସହ କିଛି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.