ଅକ୍ଟୋବର ୨୬ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜିତିଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅକ୍ଟୋବର ୨୬ ତାରିଖରେ ଦାୟିତ୍ୱ ସମ୍ଭାଳିବେ। ଆସନ୍ତା ବୁଧବାର ଦିଲ୍ଲୀରେ ଏଆଇସିସି ମୁଖ୍ୟାଳୟରେ ସେ ବିଧିବଧ ଭାବେ ଦାୟିତ୍ୱରେ ଯୋଗ ଦେବେ ଖଡ଼ଗେ। ତେବେ ଏପଟେ ଏପର୍ଯ୍ୟନ୍ତ କଂଗ୍ରେସ ୱାର୍କିଂ କମିଟି ଗଠନ ପାଇଁ ତାରିଖ ଘୋଷଣା କରାଯାଇ ନାହିଁ। ଖଡ଼ଗେ ଯୋଗ ଦେଲା ପରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶେଷରେ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା। ଥରୁରଙ୍କୁ ମାତ୍ର ୧୦୭୨ ଭୋଟ ମିଳିଥିବା ବେଳେ ଖଡଗେଙ୍କୁ ମିଳିଥିଲା ୭୯୮୭ ଭୋଟ୍। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହୋଇଥିବା ବେଳେ ଦେଶରେ ୯ ହଜାର କଂଗ୍ରେସ ନେତା ଭୋଟ ଦେଇ ସେମାନଙ୍କର ନେତୃତ୍ୱ ବାଛିଥିଲେ। କଂଗ୍ରେସ ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ କଂଗ୍ରେସ ପାଇଁ ଏହା ଐତିହାସିକ ଦିନ ଥିଲା। କାରଣ ପ୍ରଥମର ପାଇଁ ଗାନ୍ଧୀ ପରିବାରରୁ ନ ଆସି ଅନ୍ୟ କେହି ଦଳର ମୁଖ୍ୟ ହୋଇଥିଲେ। ଖଡ଼ଗେ ସିନା ଜିତିଗଲେ, ହେଲେ ବିରୋଧୀ ପୁଣିଥରେ ଗାନ୍ଧି ପରିବାର ପ୍ରତି ଦଳୀୟ ନେତାଙ୍କର ଆନୁଗତ୍ୟକୁ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.